www.samajalive.in
Sunday, December 7, 2025
26.1 C
Bhubaneswar

ଲାଗୁ ହେଲା ଏଚ୍‍ଆଇଭି ଓ ଏଡ୍‍ସ ଆଇନ-୨୦୧୭

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୦ (ସୋମବାର) ଠାରୁ ଏଚ୍‍ଆଇଭି ଏବଂ ଏଡ୍‍ସ ଆଇନ-୨୦୧୭ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏଣିକି ଏଚ୍‍ଆଇଭି ସଂକ୍ରମିତ ଲୋକଙ୍କ ପ୍ରତି ଭେଦଭାବ ଅଥବା ପକ୍ଷପାତିତା କିମ୍ବା ସେମାନଙ୍କ ବିରୋଧରେ ଘୃଣାର ପ୍ରସାର କରୁଥିବା ଲୋକେ ଦଣ୍ଡିତ ହେବେ। ଏ ନେଇ ତିନି ମାସରୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ଦିଆଯିବା ସହ ଏକ ଲକ୍ଷ ଟଙ୍କାର ଜୋରିମାନା କରାଯିବା ବ୍ୟବସ୍ଥା ଏହି ଆଇନରେ ରହିଛି। ବିଶେଷକରି ଚିକିତ୍ସା, ନିଯୁକ୍ତି, ଶିକ୍ଷା, ସରକାରୀ ସୁବିଧା, ସମ୍ପତ୍ତି ଲାଭ ଅଧିକାର, ଏବଂ ବୀମା ମଞ୍ଜୁରୀ ଭଳି ବିଭିନ୍ନ କ୍ଷେତ୍ରରେ ଏଚ୍‍ଆଇଭି ସଂକ୍ରମିତଙ୍କ ପ୍ରତି ପକ୍ଷପାତିତା ରୋକିବା ଉଦ୍ଦେଶ୍ୟରେ ଏଚ୍‍ଆଇଭି (ହ୍ୟୁମ୍ୟାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) ଓ ଏଡ୍‍ସ (ଆକ୍ୱାର୍ଡ ଇମ୍ୟୁନୋ ଡେଫିସିଏନ୍‍ସି ସିଣ୍ଡ୍ରୋମ) ନିରୋଧ ଓ ନିୟନ୍ତ୍ରଣ ବିଲ୍‍-୨୦୧୪କୁ ତତ୍‍କାଳୀନ ୟୁପିଏ ସରକାର ସଂସଦରେ ଆଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ବିଲ୍‍ରେ କିଛିଟା ସଂଶୋଧନ କରି ଏହାକୁ ୨୦୧୭ ଏପ୍ରିଲ ୨୦ରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଦେଶରେ ଏଚ୍‍ଆଇଭି ଏଡ୍‍ସ ସଂକ୍ରମଣ ରୋକିବା ଦିଗରେ ମଧ୍ୟ ଏହି ଆଇନ କାର୍ଯ୍ୟ କରିବ। ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ ଏଚ୍‍ଆଇଭି ସଂକ୍ରମିତ ରାଷ୍ଟ୍ର ହୋଇଥିବାରୁ ଏହି ଆଇନ ଖୁବ ଗୁରୁତ୍ୱ ବହନ କରେ।
ଆଇନରେ ଥିବା ବ୍ୟବସ୍ଥା: ଏଚ୍‍ଆଇଭି ସଂକ୍ରମିତ ନାବାଳକ ଓ ନାବାଳିକାଙ୍କର ପରିବାର ସହିତ ବସବାସ କରିବା ଅଧିକାର ରହିଛି। ଏଚ୍‍ଆଇଭି ସଂକ୍ରମିତଙ୍କ ବିରୋଧରେ କୌଣସି ପ୍ରକାର ଭେଦଭାବ ବା ପକ୍ଷପାତିତା କରାଯାଇ ପାରିବ ନାହିଁ। ଆଣ୍ଟି-ରୋଟ୍ରୋଭାଲ ଚିକିତ୍ସା ଲାଭ କରିବା ନେଇ ପ୍ରତ୍ୟେକ ସଂକ୍ରମିତ ରୋଗୀଙ୍କୁ ଆଇନଗତ ଅଧିକାର ପ୍ରଦାନ କରାଯାଇଛି। ଏଥିସହ ସେମାନଙ୍କୁ ଏଚ୍‍ଆଇଭି ପରୀକ୍ଷା, ଚିକିତ୍ସା ଏବଂ କାଉନ୍‍ସେଲିଂର ବିଶେଷ ଅଧିକାର ମିଳିବ। ସଂକ୍ରମଣ ରୋକିବା ତଥା ଉପଯୁକ୍ତ ଉପଚାର ପ୍ରଦାନ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ସେମାନଙ୍କୁ ସହଯୋଗ କରିବେ। ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପତ୍ତି, ଭଡ଼ାଘର ଭଳି ସୁବିଧା ପ୍ରଦାନ କରିବାକୁ ମନା କରିବା ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଭେଦଭାବ ବୋଲି ବିବେଚିତ ହେବ। ଏହି ସବୁ ସୁବିଧା ପ୍ରଦାନ ପୂର୍ବରୁ ଏଚ୍‍ଆଇଭି ପରୀକ୍ଷା କରାଇବାକୁ ମଧ୍ୟ ଭେଦଭାବ କୁହାଯିବ।
ଏଚ୍‍ଆଇଭି ସଂକ୍ରମିତଙ୍କ ସମ୍ବନ୍ଧୀୟ ତଥ୍ୟ ଗୁପ୍ତ ରଖାଯିବ। କୌଣସି ରୋଗୀଙ୍କୁ ଏଚ୍‍ଆଇଭି ପରୀକ୍ଷା ଅଥବା ଚିକିତ୍ସା ନିମନ୍ତେ ବାଧ୍ୟ କରାଯାଇ ପାରିବ ନାହିଁ। କେବଳ କୋର୍ଟଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ବ୍ୟକ୍ତି ନିଜ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବାକୁ ବାଧ୍ୟ ହେବେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ ସାର୍ବଜନୀନ ନ ହେବା ପର୍ଯ୍ୟନ୍ତ ଲାଇସେନ୍ସ ପ୍ରାପ୍ତ ବ୍ଲଡବ୍ୟାଙ୍କ ଏବଂ ମେଡିକାଲ ଗବେଷଣା ସଂସ୍ଥାଗୁଡିକ ଗବେଷଣା ଲାଗି ସଂକ୍ରମିତଙ୍କ ସହମତି ନେବାର ଆବଶ୍ୟକତା ନାହିଁ। ଆଇନ ତଥା ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ନିୟମ ଉଲ୍ଲଙ୍ଘନର ତଦନ୍ତ ପାଇଁ ରାଜ୍ୟ ସରକାର ଜଣେ ଲୋକପାଳ ନିଯୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଅଥବା ପ୍ରତିଷ୍ଠାନ ଲୋକପାଳଙ୍କ ନିର୍ଦେଶ ଧାର୍ଯ୍ୟ ସମୟସୀମା ମଧ୍ୟରେ ପାଳନ ନ କରନ୍ତି ତା’ହେଲେ ତାଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। ଏଥିରେ ବିଫଳ ହେଲେ ନିର୍ଦେଶ ପାଳନ କରିବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ୫୦୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ହେବ। ସୂଚନା ଅନୁସାରେ, ଭାରତରେ ଏଚ୍‍ଆଇଭି ସଂକ୍ରମିତଙ୍କ ସଂଖ୍ୟା ୨୧.୧୭ ଲକ୍ଷ। ୨୦୧୫ ସୁଦ୍ଧା ୮୬୦୦୦ ଜଣ ନୂତନ ଭାବେ ଏଚ୍‍ଆଇଭି ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଥିଲା। ଏହି ବର୍ଷ ଦେଶର ପ୍ରାୟ ୬୮୦୦୦ ଲୋକ ଏହି ରୋଗରେ ପ୍ରାଣ ହରାଇଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories