www.samajalive.in
Monday, December 15, 2025
26.1 C
Bhubaneswar

ଆସୁଛି ମହାବାତ୍ୟା; ୨୧୫ କି.ମି. ବେଗରେ ବହିବ ପବନ, ମହାବିନାଶ ନେଇ ସତର୍କ କଲେ ସରକାର

ସମାଜ ଡିଜିଟାଲ ଡେସ୍କ: ମାଡି ଆସୁଛି ମହାବାତ୍ୟା। ଦକ୍ଷିଣ ଏସୀୟ ଦେଶ ଫିଲିପାଇନ୍ସରେ ଭୟଙ୍କର ବାତ୍ୟା ନେଇ ଆତଙ୍କ ଖେଳିିଯାଇଛି। ବାତ୍ୟା ସମୟରେ ଘଣ୍ଟା ପ୍ରତି ୨୧୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ବାତ୍ୟା ଯୋଗୁଁଁ ସ୍କୁଲ କଲେଜ ସବୁ ବନ୍ଦ ରଖାଯାଇଛି। ସମୁଦ୍ର କୂଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ବାତ୍ୟା ଯୋଗୁଁଁ ଏଠାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେବେ ଏହି ବାତ୍ୟାର ନାମ ‘କ୍ରୈଥନ୍‌‌’ ରଖାଯାଇଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଗାୟନ ଏବଂ ବଟାନେସ୍‌‌ ପ୍ରଦେଶର ବାଲିଟିଙ୍ଗ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୧୭୫ରୁ ୨୧୫କି.ମିର ବେଗରେ ପବନ ବୋହିବା ଦେଖିବାକୁ ମିଳିଛି। ବାତ୍ୟା ‘କ୍ରୈଥନ୍‌‌’ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରୁଛି ଏବଂ ମଙ୍ଗଳବାର ତାଇୱାନର ଉତ୍ତର-ପୂର୍ବ ଦିଗ ଆଡକୁ ମୁହାଁଇବା ପରେ ଏହା ମହାବାତ୍ୟାରେ ପରିଣତ ହୋଇପାରେ।
ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଟାନେସ୍‌‌ ନିକଟସ୍ଥ ଗାଁ, ବାବୁୟାନ୍‌‌ ଦ୍ୱୀପ ଏବଂ କାଗାୟନ ପ୍ରାନ୍ତର ଉପକୂଳବର୍ତ୍ତୀ ଗାଁ ଗୁଡିକରେ ଜୀବନ ହାନି ହେବାର ଆଶଙ୍କା ରହିଥିବା ବେଳେ ଏଠାରେ ଲୋକଙ୍କୁ ପ୍ରଶାସନ ପକ୍ଷରୁୁ ସତର୍କ କରାଯାଇଛି। ଏପରିକି ଛାତ ଘର ଭାଙ୍ଗିବା ସମ୍ଭାବନା ଥିବାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଉଛି। ଗଛ ଲତା, ଚାଷ ଜମି ବ୍ୟାପକ ପରିମାଣରେ କ୍ଷତି ହୋଇପାରେ। ଏହାସହିତ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବା ସହ ବ୍ୟାପକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ବର୍ତ୍ତମାନ କାଗାୟନ ପ୍ରଦେଶରେ ବାତ୍ୟା ଯୋଗୁଁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ସହ ଉପକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶତାଧିକ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସୋମବାର ଉତ୍ତର ପୂର୍ବରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି।
ସୂଚନା ଅନୁସାରେ ଫିଲିପାଇନ୍ସରେ ପ୍ରତିବର୍ଷ ପ୍ରାୟ ୨୦ଟି ବାତ୍ୟା ଆସିଥାଏ। ୨୦୧୩ ମସିହାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ଟାଇଫୁନ’ଯୋଗୁଁଁ ୭,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏହି ବାତ୍ୟା ଯୋଗୁଁଁ କେନ୍ଦ୍ରୀୟ ଫିଲିପାଇନ୍ସରେ ୫୦ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories