www.samajalive.in
Sunday, November 16, 2025
15.1 C
Bhubaneswar

ମଦ ପିଇବାକୁ ବାରଣ କରିବାରୁ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ଭିତରେ ମଦ ପିଇବାକୁ ବାରଣ କରିବାରୁ ଜଣେ ପୁଲିସ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଏଭଳି ଜଘନ ହତ୍ୟାକାଣ୍ଡ ଘଟିଛି ଦେଶର ରାଜଧାନୀ ନୂଆଦିଲ୍ଲୀରେ। ଶନିବାର ରାତି ପ୍ରାୟ ୨ଟା ୧୫ ମିନିଟରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି। ପୁଲିସ ଯେଉଁଠି ଅସୁରକ୍ଷିତ ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହତ୍ୟାର ଶିକାର ହୋଇଥିବା କନଷ୍ଟେବଳ ହେଉଛନ୍ତି ସନ୍ଦୀପ ମଲ୍ଲିକ(୩୦)। ସେ ଶନିବାର ରାତିରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଲରେ ବାଇକରେ ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ ସମୟରେ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କାର ଭିତରେ ୨ ଜଣ ଯୁବକ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ସନ୍ଦୀପଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲା। ସନ୍ଦୀପ ସେମାନଙ୍କୁ ମଦ୍ୟପାନ କରିବାକୁ ବାରଣ କରିଥିଲେ, ଯାହାକୁ ନେଇ ସନ୍ଦୀପଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ଏବଂ କଳହ ହୋଇଥିଲା। ଏହା ପରେ ସନ୍ଦୀପ ସେଠାରୁ ଚାଲିଆସିଥିଲେ।

- Advertisement -

ତେବେ ଏତିକିରେ କଥା ଅଟକି ନ ଥିଲା। ମଦ୍ୟପାନ କରୁଥିବା ୨ ଯୁବକ ହିଂସା ପରାୟଣ ହୋଇପଡ଼ିଥିଲେ। ମଦ ନିଶାରେ ସନ୍ଦୀପଙ୍କୁ ପିଛା କରିଥିଲେ। କିଛି ବାଟ ଯିବା ପରେ ସନ୍ଦୀପଙ୍କ ବାଇକକୁ ସେମାନେ ପ୍ରଥମେ ଧକ୍କା ଦେଇଥିଲେ। ଏହା ପରେ ସନ୍ଦୀପଙ୍କ ଉପରେ କାର ଚଢ଼ାଇ ୩୦ ଫୁଟ ଦୂର ଯାଏ ଘୋଷାଡ଼ି ନେଇଥିଲେ। ଫଳରେ ସନ୍ଦୀପଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ରଜନୀଶ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ କାରକୁ ଜବତ କରିଛି। ଅନ୍ୟତମ ଅଭିଯୁକ୍ତ ଫେରାର ଅଛି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories