www.samajalive.in
Saturday, December 6, 2025
14.1 C
Bhubaneswar

ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଲହୁଲୁହାଣ

ଦେଓଗାଁ : ଯେଉଁ ସ୍କୁଲ କୁ ଗଲେ ସେଠାରେ ବଡ ବଡ ଅକ୍ଷରରେ କାନ୍ଥରେ ଲେଖାଯାଇଛି ଯେ ଦଣ୍ଡମୁକ୍ତ ବିଦ୍ୟାଳୟ । କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ଥିବା ଏକ ହାଇସ୍କୁଲରେ ଜଣେ ଛାତ୍ରୀ ଙ୍କୁ ଶିକ୍ଷକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ମାଡ ମାରିବା ପରେ ଛାତ୍ରୀ ଜଣଙ୍କୁ ସରକାରୀ ଡାକ୍ତରଙ୍କ ବଦଳରେ ବେସରକାରୀ ଡାକ୍ତର ଙ୍କ ଠାରେ ଚିକିତ୍ସା କରାଇବା ଚର୍ଚ୍ଚା ର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ଦିନ ବଗଡାସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣକୁ ନେଇ ସ୍କୁଲର ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିବାରୁ ଛାତ୍ରୀ ଙ୍କ କାନରୁ ରକ୍ତସ୍ରାବ ହୋଇଥିଲା। ପରେ ଶିକ୍ଷକ ଜଣକ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀଙ୍କୁ ଅନ୍ୟତ୍ର ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଏହି ଘଟଣା କୁ ନେଇ ବୁଗୁଡା ରେ ଅସନ୍ତୋଷ ଲାଗିରହିଥିବାବେଳେ ଦେଓଗାଁ ଶିକ୍ଷା ବିଭାଗ ପାଖରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି। ସେପଟେ ଘଟଣାକୁ ନେଇ ଏବିଇଓ ଅଜିତ ମିଶ୍ର କହିଛନ୍ତି ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories