www.samajalive.in
Friday, December 5, 2025
26.1 C
Bhubaneswar

ନିଜକୁ ବିବାହ କରିଥିବା ଟିକ୍‌ଟକ୍ ଷ୍ଟାର କୁବରା ଅୟକୁଟଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ତୁର୍କୀର ଟିକ୍‌ଟକ୍ ଇନଫ୍ଲୁଏନସର କୁବରା ଅୟକୁଟଙ୍କ ପରଲୋକ ଘଟିଛି। ୨୬ ବର୍ଷୀୟା କୁବରା ନିଜକୁ ନିଜେ ବିବାହ କରିଥିବା ଭିଡିଓ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିଲେ। ତୁର୍କୀ ଗଣମାଧ୍ୟମ ସୂଚନା ଅନୁସାରେ, ସୋମବାର ଇସ୍ତାନବୁଲର ସୁଲତାନବେଲି ଜିଲାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଖସିପଡ଼ି କୁବରା ଅୟକୁଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛନ୍ତି। ବର୍ତ୍ତମାନସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି।

- Advertisement -

ମୃତ୍ୟୁ ପୂର୍ବରୁ ଅୟକୁଟ ସାମାଜିକ ଗଣମାଧ୍ୟମରେ ଏକ ଚିନ୍ତାଜନକ ପୋଷ୍ଟ କରିଥିଲେ। ମୃତ୍ୟୁର ଠିକ୍ ପୂର୍ବରୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଓଜନ ବୃଦ୍ଧି ଅଭିଜ୍ଞତା ବିଷୟରେ ଏକ ଦୁଃଖଭରା ବାର୍ତ୍ତା ଲେଖିଥିଲେ। ସେ ଲେଖିଥିଲେ, ମୁଁ ମୋର ଶକ୍ତି ଜମା କରିଛି, କିନ୍ତୁ ମୋର ଓଜନ ବଢୁନାହିଁ। ଓଜନ ପ୍ରତିଦିନ କିଛି କିଲୋଗ୍ରାମ ହ୍ରାସ ପାଉଛି। ମୁଁ ଜାଣିନି କ’ଣ କରିବି? ମୋତେ ତୁରନ୍ତ ଓଜନ ବଢାଇବାର ଆବଶ୍ୟକତା ରହିଛି।

ମଦ ପିଇବାକୁ ବାରଣ କରିବାରୁ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା

ବିଶେଷକରି ୨୦୨୩ରେ ସେ ନିଜର ଅଣପାରମ୍ପରିକ ବିବାହ ଓ୍ବେଡିଙ୍ଗ୍‌ ଓ୍ବିଦାଉଟ୍‌ ଏ ଗ୍ରୁମ୍‌ ସିରିଜ୍‌କୁ ନେଇ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେ ଏକ ସୁନ୍ଦର ଧଳା ଗାଉନ୍ ଏବଂ କପାଳରେ ଏକ ଟିଆରା ପିନ୍ଧି ନିଜକୁ ନିଜେ ବିବାହ କରିଥିଲେ। ଏହି ସମୟରେ ସେ କହିଥିଲେ, ମୋତେ ନିଜ ପାଇଁ କୌଣସି ଉପଯୁକ୍ତ ବର ମିଳୁନାହିଁ।

 

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories