www.samajalive.in
Monday, December 8, 2025
14.1 C
Bhubaneswar

୬୦ଫୁଟ ଗଭୀର ବଙ୍କରରେ ଥିଲା ହେଜବୋଲ୍ଲା ମୁଖ୍ୟ ନସରଲ୍ଲା; ହତ୍ୟା ପାଇଁ ବ୍ୟବହୃତ ହୋଇଥିଲା ୮୦ଟନ୍ ବିସ୍ଫୋରକ

ତେଲ୍‌ଆବିଭ୍‌: ହେଜବୋଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାକୁ ମାରିବା ଲାଗି ଇସ୍ରାଏଲ ୮୦ଟନ (୮୦,୦୦୦ କିଲୋ) ବିସ୍ଫୋରକ ବ୍ୟବହାର କରିଥିଲା। ଶୁକ୍ରବାର ରାତିରେ ଇସ୍ରାଏଲ ବାୟୁସେନା ନସରଲ୍ଲା ଓ ତାର ସହଯୋଗୀମାନେ ରହୁଥିବା ବଙ୍କରକୁ ଧ୍ବଂସ କରିବା ଲାଗି ଯେଉଁ ବୋମାମାଡ କରିଥିଲା ସେଥିରେ ଏହି ପରିମାଣର ବିସ୍ଫୋରକ ରହିଥିଲା। ଲେବାନନ୍‌ର ରାଜଧାନୀ ବେରୁଟ ସ୍ଥିତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଭୂପୃଷ୍ଠଠାରୁ ୬୦ଫୁଟ ତଳେ ବଙ୍କର କରି ନସରଲ୍ଲା ରହୁଥିଲା। ନସରଲ୍ଲାକୁ ନିପାତ କରିବା ଲାଗି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳ (ପିନ୍‌ପଏଣ୍ଟ) ଆକ୍ରମଣ କରାଯାଇଥିଲା। ଏଥିପାଇଁ ବିଭିନ୍ନ ଗୁଇନ୍ଦା ଏଜେନ୍ସି ମଧ୍ୟରେ ସମନ୍ବୟ ରଖାଯାଇଥିଲା। ନସରଲ୍ଲା ଯେଉଁ ବଙ୍କର ମଧ୍ୟରେ ରହିଥିଲା ତାହା ହେଉଛି ହେଜବୋଲ୍ଲାର ମୁଖ୍ୟ କାର୍ଯ୍ୟାଳୟ। ଏଠାରୁ​‌ ହେଜବୋଲ୍ଲାର ସମସ୍ତ ଅପରେସନ ପରିଚାଳିତ ହେଉଥିଲା। ହେଜବୋଲ୍ଲାର ମୁଖ୍ୟାଳୟ ଧ୍ବଂସ ହେବା ସହିତ ନସରଲ୍ଲାର ଅନେକ ସହଯୋଗୀ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରେ ରହିଛି ବରିଷ୍ଠ କମାଣ୍ଡର ନାବିଲ କାଉକ୍‌। ନସରଲ୍ଲାକୁ ମାରିବା ପାଇଁ ଇସ୍ରାଏଲ ଯେଉଁ ଅଭିଯାନ ଚଳାଇଥିଲା ତା’ର ନାମ ରହିଥିଲା ଅପରେସନ ନିଉ ଅର୍ଡର। ହେଜବୋଲ୍ଲାର ଗତିବିଧି ଉପରେ ନଜର ରଖିବା ଲାଗି ଇସ୍ରାଏଲ ଗୁଇନ୍ଦା ବିଭାଗ ୨୦ବର୍ଷ ହେଲା ତଥ୍ୟ ସଂଗ୍ରହ କରିଆସୁଥିଲା। ଏପରିକି ଏହି ତଥ୍ୟ ସଂଗ୍ରହରେ ଇରାନ ଗୁଇନ୍ଦା ସହଯୋଗ କରିଥିଲା।

ନସରଲ୍ଲାକୁ ହେଜବୋଲ୍ଲା ମୁଖ୍ୟାଳୟ ମଧ୍ୟରେ ଯେକୌଣସି ମୂହୂର୍ତ୍ତରେ ମାରିବାକୁ ଇସ୍ରାଏଲ ଯୋଜନା କରିସାରିଥିଲା। ମାତ୍ର ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀମାନେ ସେନାକୁ ବୁଧବାର ଅନୁମତି ଦେଇଥିଲେ। ବୁଧବାର ଅନୁମତି ଅନୁଯାୟୀ ନେତାନ୍ୟାହୁ ନ୍ୟୁୟର୍କରେ ଥିବା ସମୟରେ ହିଁ ଆକ୍ରମଣ କରାଗଲା। ନସରଲ୍ଲାକୁ ମାରିବା ପାଇଁ ଯେଉଁ ପରିମାଣର ବିସ୍ଫୋରକ (୮୦ଟନ୍‌) ବ୍ୟବହାର ହୋଇଛି ତାହା ନିକଟ ଅତୀତରେ କୌଣସି କେବେ କୌଣସି ଯୁଦ୍ଧରେ ବ୍ୟବହାର ହୋଇନାହିଁ। ବଙ୍କରକୁ ଧ୍ବଂସ କରିବା ଲାଗି ଇସ୍ରାଏଲର ଏଫ୍-୩୫ ଯୁଦ୍ଧବିମାନ ଦ୍ବାରା ଲଗାତର ବିସ୍ଫୋରଣ କରାଯାଇଥିଲା। ଏଥିପାଇଁ ଇସ୍ରାଏଲ ୮୫ଟି ଆମେରିକା ନିର୍ମିତ ବଙ୍କର ବ୍ଲଷ୍ଟର ବୋମା ବ୍ୟବହାର କରିଥିଲା। ଏହି ବୋମାକୁ ଯୁଦ୍ଧରେ ବ୍ୟବହାର କରାଯିବାକୁ ନିଷିଦ୍ଧ ହୋଇଛି। ଯେଉଁ ସମୟରେ ଆକ୍ରମଣ କରାଗଲା ସେତେବେଳେ ନସରଲ୍ଲା ଏହାର ବରିଷ୍ଠ ସହଯୋଗୀଙ୍କ ସହିତ ବୈଠକ ଚଳାଇଥିଲା। ଇସ୍ରାଏଲର ଆକ୍ରମଣ ସମୟରେ ନେତାନ୍ୟାହୁ ନ୍ୟୁୟର୍କର ଜାତିସଂଘ ଅଧିବେଶନରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ସମାଲୋଚନା କରୁଥିଲେ। ସେ କହିଥିଲେ ଆମର ଲକ୍ଷ୍ୟ ହାସଲ କରିବା ଲାଗି ନସରଲ୍ଲାକୁ ହତ୍ୟା କରିବା ଜରୁରୀ।

- Advertisement -

ନସରଲ୍ଲାକୁ ମାରିବା ଲାଗି ଇସ୍ରାଏଲ ଯେଉଁ ଆକ୍ରମଣ କରିଥିଲା ସେଥିରେ ହେଜବୋଲ୍ଲାର ୨୦ରୁ ଅଧିକ ବରିଷ୍ଠ ସଦସ୍ୟ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ କମାଣ୍ଡର ନାବିଲ କାଉକ୍‌ ରହିଛି। ଏହା ସହିତ ହେଜବୋଲ୍ଲାର ଅସ୍ତ୍ରାଗାର, କ୍ଷେପଣାସ୍ତ୍ର ଲଞ୍ଚର ଘାଟି ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଧ୍ବଂସ ପାଇଛି। ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବା ନସରଲ୍ଲା ଓ ଅନ୍ୟ ସଦସ୍ୟଙ୍କ ମୃତଦେହକୁ ବଙ୍କର ମଧ୍ୟରୁ ରବିବାର ଉଦ୍ଧାର କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories