www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ଏକ ଯୁଦ୍ଧ ଆରମ୍ଭ କଲା ଇସ୍ରାଏଲ; ୟେମେନ ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ମାଡ଼

ତେଲ୍ଆବିଭ୍‌: ହମାସ, ହେଜବୋଲ୍ଲା ପରେ ଅନ୍ୟତମ ଆତଙ୍କବାଦୀ ସଂଗଠନ ହୁତି ବିରୋଧରେ ଯୁଦ୍ଧ ଆରମ୍ଭ କରିଛି ଇସ୍ରାଏଲ।  ରବିବାର ଇସ୍ରାଏଲ ୟେମେନ୍‌ର ହୋଦୈଦା ବନ୍ଦର ଉପରେ ଏକାଧିକ କ୍ଷେପଣାସ୍ତ୍ର ମାଡ କରିଛି। ବନ୍ଦର ମଧ୍ୟରେ ଥିବା ତୈଳ ଭଣ୍ଡାର ଓ ଅନ୍ୟ ସ୍ଥାନକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ ହୋଇଛି। ୟେମେନର ହୁତି ଆତଙ୍କବାଦୀ ସଂଗଠନ ଇରାନ ସହଯୋଗରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବାରୁ ଏହାର ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ। ଶନିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରୁ ଫେରିବା ସମୟରେ ବେନ ଗୁରଅନ ବିମାନବନ୍ଦର ଉପରକୁ ହୁତି ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଥିଲା। ମାତ୍ର ଏଥିରେ ନେତାନ୍ୟାହୁଙ୍କର କୌଣସି କ୍ଷତି ହୋଇ ନଥିଲା। ତେବେ ଏହି  ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ। ହମାସ ଓ ହେଜବୋଲ୍ଲା ପରେ ହୁତି ଏବେ ଇସ୍ରାଏଲର ଅନ୍ୟତମ ଟାର୍ଗେଟ ହୋଇଛି। ଗତବର୍ଷ ଅକ୍ଟୋବରରୁ ଏହି ତିନି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ବିରୋଧରେ ବାହାରିଛନ୍ତି। ମାତ୍ର ଇସ୍ରାଏଲ ଗୋଟିଏ ପରେ ଗୋଟିଏ ସଂଗଠନକୁ ଜବାବ ଦେଇ ଚାଲିଛି। ପ୍ରଥମେ ହମାସକୁ ନିପାତ କରିଥିଲା। ଦ୍ବିତୀୟରେ ହେଜବୋଲ୍ଲାକୁ ନିପାତ କରିଛି। ଏବେ ହୁତିର ପାଳି ପଡିଛି। ଏପରିକି ତିନିଟି ସଂଗଠନ ବିରୋଧରେ ଇସ୍ରାଏଲ ଏକକାଳୀନ ଯୁଦ୍ଧ ଚଳାଇଛି। ରବିବାର ମଧ୍ୟ ଇସ୍ରାଏଲ ଗାଜା ଉପରେ ଓ ଲେବାନନ୍‌ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ପାଲେଷ୍ଟାଇନର ଗାଜାରେ ରବିବାର ହୋଇଥିବା ଆକ୍ରମଣରେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଲେବାନନ୍‌ରେ ହୋଇଥିବା ଆକ୍ରମଣରେ ୧୪ଜଣ ପାରାମେଡିକାଲ କର୍ମଚାରୀ ପ୍ରାଣ ହରାଇଛନ୍ତି। ଇସ୍ରାଏଲର ଆକ୍ରମଣରେ ଏହାର ୧୦୦୦ରୁ  ଅଧିକ ନାଗରିକ ପ୍ରାଣ ହରାଇଲେଣି ବୋଲି ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସହିତ ରବିବାର ହୋଇଥିବା ଆକ୍ରମଣରେ ଲେବାନନ୍‌ରେ ୨୪ଜଣଙ୍କର ମୃତ୍ୟୁ ହୋଇଛି। ସିଡନ ସହର ଉପରେ ହୋଇଥିବା ଆକ୍ରମଣରେ ମହମ୍ମଦ ଦାହୌଜି ପ୍ରାଣ ହରାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories