www.samajalive.in
Saturday, December 6, 2025
26.1 C
Bhubaneswar

ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱର ସର୍କିଟ ହାଉସରେ ଆଜି ପ୍ରଥମ ବୈଠକ ବସିଛି। ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍‌‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଛନ୍ତି। ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମରେ କହିଛନ୍ତି। ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ।

ସୂଚନା ଅନୁସାରେ ଗତ ୧୪ତାରିଖରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ଏକ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ସଠିକ୍‌‌ ଭାବେ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ସଂପୃକ୍ତ ଥାନା ଅଧିକାରୀଙ୍କ ସହ ଅନ୍ୟ ୪ ପୁଲିସ କର୍ମଚାରୀଙ୍କୁ ନେଇ ପଲିଗ୍ରାଫ୍‌‌ ଟେଷ୍ଟ କରିବାକୁ ଗୁଜରାଟ ଯାଉଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories