www.samajalive.in
Saturday, December 6, 2025
16.1 C
Bhubaneswar

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଦୁଇ ବାଇକ୍‌, ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।  କୁଡପାନି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ବିଚ୍‌ ରାସ୍ତାରେ ଦୁଇ ବାଇକ୍ ହୁତହୁତ୍ ହୋଇ ଜଳିଯାଇଛି। ଏହି ଅଘଟଣରେ ଜଣେ ବାଇକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟ ଦୁଇ ଚାଳକ ପୋଡି ହୋଇ ଗୁରୁତର ହୋଇଛନ୍ତି। ଆଜି ସକାଳେ ଗୋଟିଏ ବାଇକ୍‌ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ। ଅନ୍ୟ ବାଇକ୍‌ରେ ଦୁଇ ଜଣ ବୀରମିତ୍ରପୁର ପଟୁ ରାଏବୋଗା ଅଭିମୁଖେ ଯାଉଥିଲେ। ଦୁଇ ବାଇକ୍ ଦ୍ରୁତ ବେଗରେ ଆସୁଥିବାବେଳେ ପରସ୍ପର ମଧ୍ୟରେ ଭୀଷଣ ଭାବେ ଧକ୍କା ହୋଇଥିଲା। ଫଳରେ ବିଚ୍ ରାସ୍ତାରେ ଦୁଇଟି ବାଇକ୍ ନିଆଁ ଲାଗିଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୁଇ ବାଇକ୍ ଚାଳକଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରିପାରିନଥିଲେ। ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ବୀରମିତ୍ରପୁର ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories