www.samajalive.in
Saturday, December 6, 2025
23.1 C
Bhubaneswar

ସପ୍ତାହକରେ ୭ ବରିଷ୍ଠ ହେଜବୋଲ୍ଲା କମାଣ୍ଡର ନିପାତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲକୁ ବଡ଼ ସଫଳତା ହାସଲ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ହେଜବୋଲ୍ଲାର ୭ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ବି ସାମିଲ ରହିଛି।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଯୁଦ୍ଧ ଚାଲିଥିବାବେଳେ ହମାସ ସମର୍ଥରେ ହେଜବୋଲ୍ଲା ଏଥିରେ ସାମିଲ ହୋଇଥିଲା। ଯାହାଫଳରେ ଇସ୍ରାଏଲ ହମାସକୁ ନିପାତ କରିବା ସହିତ ହେଜବୋଲ୍ଲା ପଛରେ ପଡ଼ିଯାଇଥିଲା। ତା’ ପରଠାରୁ ଇସ୍ରାଏଲ ଲଗାତର ଆକ୍ରମଣ ଜାରି ରଖି ହେଜବୋଲ୍ଲାର ଅଧିକାଂଶ ଠିକଣାକୁ ଧ୍ବଂସ କରିବାରେ ସଫଳ ହୋଇଛି। ନିହତ ହୋଇଥିବା କମାଣ୍ଡରଙ୍କ ମଧ୍ୟରେ ନାବିଲ କାଉକ ବି ସାମିଲ ରହିଛି। ସେ ୧୯୮୦ ମସିହାରେ ହେଜବୋଲ୍ଲାରେ ସାମିଲ ହୋଇଥିଲା। ନସରଲ୍ଲା ପରେ ସେ ସଂଗଠନର ମଙ୍ଗ ଧରିବ ବୋଲି ଯୋଜନା ରହିଥିଲା। ହେଲେ ଇସ୍ରାଏଲ ଏବେ ହେଜବୋଲ୍ଲା ସହିତ ଟପ କମାଣ୍ଡରମାନଙ୍କୁ ନିପାତ କରି ଆତଙ୍କୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ସମର୍ଥ ହୋଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories