ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ନୀଳଗିରି ପ୍ରଭୁ ଜଗନ୍ନାଥ ମନ୍ଦିର ପଞ୍ଚୁକ ପୂର୍ଣ୍ଣିମା ରାତି ଠାରୁ ଚମକୁଥିବା ଦେଖିବାକୁ ମିଳିଛି। ୧୭୫୦ମସିହାରେ ନିର୍ମିତ ଏହି ଜଗନ୍ନାଥ ମନ୍ଦିରରେ କାଳକ୍ରମେ ନିୟମିତ ରଙ୍ଗ ଦିଆ ଯାଉ ନଥିବା ଯୋଗୁ ମନ୍ଦିରଟି ସୌନ୍ଦର୍ଯ୍ୟ ସଜ୍ଜାରୁ ବଞ୍ଚିତ ହୋଇଥିଲା।

ଏନେଇ ନୀଳଗିରି ମାଟିର ସନ୍ତାନ ତଥା ବାଲେଶ୍ଵର ଜିଲ୍ଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା ବ୍ୟକ୍ତିଗତ ଭାବେ ତୃତୀୟ ଶ୍ରୀକ୍ଷେତ୍ରରେ ଅଲୋକୀକରଣ ତଥା ସୌନ୍ଦର୍ଯ୍ୟ କରଣ କରିଥିବା ଦେଖିବାକୁ ମିଳିଛି। ଏନେଇ ସାନ୍ଧ୍ୟ କାଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସେପଟେ ମହାପ୍ରଭୁଙ୍କ ମନ୍ଦିରରେ ଉନ୍ନତି କରଣ ନିମନ୍ତେ ବ୍ୟକ୍ତିଗତ ଭାବେ ସେ ଯଥା ସମ୍ଭବ ସହଯୋଗ କରିବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
ଚମକୁଛି ନୀଳଗିରି ଜଗନ୍ନାଥ ମନ୍ଦିର
Popular Categories



