www.samajalive.in
Saturday, December 6, 2025
14.1 C
Bhubaneswar

ଅସହ୍ୟ ଗୁଳୁଗୁଳି ; ଡ୍ରିଲ ବେଳେ ୩ ଛାତ୍ରୀ ସଂଜ୍ଞାହୀନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଜାମୁଡ଼ିହା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାର୍ଥୀ ମାନେ ଡ୍ରିଲ ବା ବ୍ୟାୟାମ କରୁଥିବା ସମୟରେ ଅସୁସ୍ଥତା ଯୋଗୁ ତିନି ଛାତ୍ରୀ ସଂଜ୍ଞାହୀନ ହୋଇ ପଡିଛନ୍ତି।  ଅସହ୍ୟ ଗୁଳୁଗୁଳି ଯୋଗୁ ଏମାନେ ଅସୁସ୍ଥ ହୋଇ ପଡିଛନ୍ତି। ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ବିଦ୍ୟାଳୟରେ ଛାତ୍ରାବାସ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଏଯାବତ ତାହା କାର୍ଯ୍ୟକ୍ଷମ ହୋଇ ପାରିନି। ଯାହା ଫଳରେ ବିଦ୍ୟାର୍ଥୀ ବ୍ୟକ୍ତିଗତ ଛାତ୍ରାବାସରେ ରହି ତଥା ସଠିକ ସମୟରେ ଖାଦ୍ୟ ଖାଇ ନପାରି ତରବରିଆ ଭାବେ ବିଦ୍ୟାଳୟ ଯାଉଛନ୍ତି। ଉଚିତ ସମୟରେ ଖାଦ୍ୟ ନଖାଇବା ତଥା ଅସହ୍ୟ ଗୁଳୁଗୁଳି ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବାଲେଶ୍ୱର ଜିଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories