www.samajalive.in
Saturday, December 6, 2025
17.1 C
Bhubaneswar

ଦେଶରେ ପୁଣି ଉପରମୁହାଁ କରୋନା ; ଦୈନିକ ସଂକ୍ରମଣ ଅଢେଇ ହଜାର ପାର

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍‍। କିଛି ଦିନ ପରେ ପୁଣି ଆ୍ରକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିନକରେ ଆଉ ୨,୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୫୪,୯୫୨କୁ ବୃଦ୍ଧି ପାଇଛି। ସେହିପରି ୧,୬୫୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୨୫,୧୭,୭୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୨,୧୪୯ରେ ପହଞ୍ଚିଛି। ମୃତ୍ୟୁହାର ୧.୨୧%।୧୫,୦୭୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତହାର ୦.୦୪%। ଦିନକ ପୂର୍ବରୁ ୪,୫୫,୧୭୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୩,୪୨,୮୧,୧୭୦ ନମୁନା ପରୀକ୍ଷା କରାଯାଇଛି। ଦିନକ ଆଗରୁ ୧୯,୧୩,୨୯୬ ଟିକା ନେଇଥିବା ବେଳେ ମୋଟ ୧,୮୭,୪୬,୭୨,୫୩୬ ଟିକାକରଣ କରାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ୬,୪୧,୪୭୩ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories