ପାଠ ପଢିବା ବେଳେ ପୂର୍ବ ଦିଗକୁ ମୁହଁ କରି ପଢନ୍ତୁ
ପାଠ ପଢିବା ସମୟରେ ଧ୍ୟାନର ସହ ପଢିବା ଓ ପରିଶ୍ରମ କରିବା ଉଚିତ। କିନ୍ତୁ ସବୁବେଳେ ପାଠ ପଢିବାରେ ପରିଶ୍ରମ କରିବା ଦ୍ୱାରା ସଫଳତା ମିଳି ନଥାଏ। ଧର୍ମଶାସ୍ତ୍ରରେ କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ସଫଳତାରେ ବାଧା ଉପୁଜିଥାଏ। ପାଠ ପଢିବା ବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ।
ପୂର୍ବ ଦିଗକୁ ମୁହଁ କରି ପଢନ୍ତୁ:
ପାଠ ପଢିବା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ପଢନ୍ତୁ। କୁହାଯାଇଛି ଯେ, ପୂର୍ବ ଦିଗକୁ ମୁହଁ କରି ପଢିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। ସୂର୍ଯ୍ୟ ଏହି ଦିଗର ଦେବତା ଅଟନ୍ତି। ପଢିବା ବେଳେ ଘରେ ଠିକ ଭାବେ ଆଲୋକ ଥିବା ଆବଶ୍ୟକ। ଅଳ୍ପ ଆଲୋକରେ ପାଠ ପଢିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ। ଅତି ଉଜ୍ୱଳ ଆଲୋକରେ ପାଠ ପଢିବା ଦ୍ୱାରା ମଧ୍ୟ ଆଖି ଖରାପ ହେବାର ସମ୍ଭାବନା ରହିଥାଏ। ତେଣୁ ପଢିବା ବେଳେ ଏହି ଦିଗ ପ୍ରତି ସଚେତନା ଆବଶ୍ୟକ।
ବସି କରି ପଢିବା ଉଚିତ:
ବେଳେବେଳେ ଦେଖାଯାଇଥାଏ ଯେ, ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶୋଇ ପାଠ ପଢନ୍ତି। ସର୍ବଦା ପାଠ ପଢିବା ବେଳେ ପଢା ଟେବୁଲ ଉପରେ ବସି ପଢନ୍ତୁ। ଶୋଇକି ପଢିବା ଦ୍ୱାରା ପାଠ ମନେ ରହି ନଥାଏ। ବସି ପାଠ ପଢିବା ଦ୍ୱାରା ମସ୍ତିଷ୍କ ନିକଟକୁ ଠିକ ଭାବେ ଉର୍ଜା ପହଞ୍ଚିଥାଏ। ପାଠ ମଧ୍ୟ ମନେ ରହିଥାଏ। ତେଣୁ ସର୍ବଦା ଟେବୁଲରେ ବସି ପାଠ ପଢିବା ଉଚିତ।
ଅଇଁଠା ହାତରେ ବହି ଧରିବା ଅନୁଚିତ:
କେତେକ ଛାତ୍ରଛାତ୍ରୀମାନେ ପାଠ ପଢିବା ସମୟରେ ଖାଦ୍ୟ ଖାଇଥାନ୍ତି। ଏବଂ ସେହି ଅଇଁଠା ହାତରେ ବହିର ପୃଷ୍ଠା ଓଲଟାଇ ପାଠ ପଢିଥାନ୍ତି। ଏପରି କରିବା ଦ୍ୱାରା ମା ସରସ୍ୱତୀଙ୍କ ଶୁଭ ଦୃଷ୍ଟି ମିଳିପାରେ ନାହିଁ। ପାଠ ପଢିବା ସମୟରେ ଖାଇବାକୁ ଇଚ୍ଛା ହେଲେ ପ୍ରଥମେ ଖାଇ ଦିଅନ୍ତୁ। ହାତକୁ ଭଲ ଭାବେ ଧୋଇ ପଢିବାରେ ବସନ୍ତୁ।
ପାଠ ମନେ ପକାଉଥିବା ବେଳେ ଗୋଡ ହଲାନ୍ତୁ ନାହିଁ:
ବେଳେବେଳେ ଦେଖା ଯାଇଥାଏ ଯେ, ଶିକ୍ଷକ କିଛି ପାଠ ପଚାରିଲା ବେଳେ ହାତ ଓ ଗୋଡ ହଲାଇ ମନେ ପାଇଥାଉ। ଏପରି କରିବା ଅନୁଚିତ। ହାତ ଓ ଗୋଡ ହଲାଇ ପାଠ ମନେ ପକାଇବା ଓ ପଢିବା ଦ୍ୱାରା ସ୍ମରଣ ଶକ୍ତି ଉପରେ କୁପ୍ରଭାବ ପଡିଥାଏ। ତେଣୁ ପଢିବା ବେଳେ ଶରୀରକୁ ସ୍ଥିର ରଖିବା ସହ ମନ ଶାନ୍ତ ରଖି ପାଠ ପଢନ୍ତୁ।