www.samajalive.in
Sunday, December 7, 2025
13.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ସଂଘ (ଇଣ୍ଡିଆନ ସ୍ପେସ୍ ଆସୋସିଏସନ୍‌) ଯୋଜନାର ଶୁଭାରମ୍ଭ କରିବେ

ଆଜି ଦିନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

- Advertisement -

ଜାମ୍ମୁ କାଶ୍ମୀରର ଅନନ୍ତନାଗ ଓ ବାନ୍ଦିପୋରାରେ୨ଟି ଏନକାଉଣ୍ଟର, ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ, ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ସୁରକ୍ଷାକର୍ମୀ ଆହତ ସୂଚନା

ଆଜିଠାରୁ କଟକ-ଭୁବନେଶ୍ବରରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ, ପାର୍ବଣରେ କଟକଣା ନମାନିଲେ ପୁଲିସ୍ ଗିରଫ କରିବ କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଲଖିମପୁର ଖେରି ହିଂସାକୁ ନେଇ କଂଗ୍ରେସ-ଶିବସେନା-ଏନସିପି ମେଣ୍ଟ ପକ୍ଷରୁ ଆଜି ମହାରାଷ୍ଟ୍ରରେ ବନ୍ଦ ଡାକରା, ବନ୍ଦ ଡାକରାକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

୮୦ ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ମହାନାୟକ ଅମିତାଭ ବଚ୍ଚନ, ଶୁଭେଚ୍ଛୁ ଓ ପ୍ରଶଂସକ ଜଣାଇଲେ ଅଭିନନ୍ଦନ

ତାଲିବାନର କଥା ନୁହେଁ, କାମ ବିଚାରକୁ ନିଆଯିବ- ହ୍ୱାଇଟ ହାଉସ

ଦିନକ ପାଇଁ ବ୍ରିଟିଶ ହାଇକମିଶନର ହେଲେ ରାଜସ୍ଥାନ ଯୁବତୀ

ରାଜ୍ୟରେ ଦିନକରେ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୫୯ ଓ ସ୍ଥାନୀୟ ସଂକ୍ରମିତ ୧୮୯

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୯ ଜଣ

ଅନୁଗୁଳ ଜିଲାରେ ୨, ବାଲେଶ୍ୱର ୧୩, ବରଗଡ ୧, ଭଦ୍ରକ ୩, ବଲାଙ୍ଗିର ୩, ବଉଦ ୧ ଓ କଟକରେ ୪୮ ଜଣ ଚିହ୍ନଟ

ଦେବଗଡରେ ୧, ଢେଙ୍କାନାଳ ୪, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୯, ଯାଜପୁର ୧୨ ଓ ଝାରସୁଗୁଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି

କେନ୍ଦ୍ରାପଡା ୧୩, କେନ୍ଦୁଝର ୩, ଖୋର୍ଦ୍ଧା ୨୦୮, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୧୭ ଓ ନବରଙ୍ଗପୁରରୁ ଜଣେ ଚିହ୍ନଟ

ନୟାଗଡରୁ ୪, ନୂଆପଡା ୨, ପୁରୀ ୧୨, ରାୟଗଡା ୧, ସମ୍ବଲପୁର ୯, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ରାଜ୍ୟରେ ୪୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୫୦୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଖୋର୍ଦ୍ଧା ଜିଲାରେ ୨ ଜଣ, କଟକରେ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

କେନ୍ଦ୍ରାପଡା ଜିଲାରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି

ଦେଶରେ ଚିହ୍ନଟ ହେଲେ ୧୮,୧୩୨ ନୂଆ ଆକ୍ରାନ୍ତ; ସୁସ୍ଥ ହେଲେ ୨୧,୫୬୩

ଦେଶରେ ଦୈନିକ ସଂକ୍ରମଣ ହାର ୧.୭୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୫୩% ରହିଥିବା ଜଣାଯାଇଛି

କରୋନାରୁ ଆରୋଗ୍ୟ ହାର ୯୮% ହୋଇଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ

ରବିବାର ସଂଧ୍ୟା ସୁଦ୍ଧା ମୋଟ ୫୮.୩୬ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ମୋଟ ୯୫.୧୯ କୋଟି ପାନ ଟିକା ଦିଆଯାଇଛି

ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୨,୯୩,୪୭୮ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୨,୨୭,୩୪୭ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଅସମାପ୍ତ ରହିଲା ଭାରତ-ଚାଇନା ସାମରିକ ଆଲୋଚନା ; ପିଏଲଏ ନିକଟରୁ କିଛି ସକାରାତ୍ମକ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳିଲା ନାହିଁ- ଭାରତୀୟ ସେନା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories