www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକା ଜଙ୍ଗଲରେ ଭୟାବହ ନିଆଁ: ୧ ହଜାର ଘର ନଷ୍ଟ, ୫ ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର କାଲିଫର୍ଣ୍ଣିଆ ସହର ଅନ୍ତର୍ଗତ ଲସ ଏଞ୍ଜେଲ୍ସ ନିକଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଣ୍ଟାପ୍ରତି ୭୦ ମାଇଲ ବେଗରେ ପବନ ବହୁଥିବାରୁ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଘରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୧ ହଜାର ଘର ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଲୋକମାନେ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି। ଜଙ୍ଗଲକୁ ଲାଗି ହଲିଉଡ୍ ହିଲ୍ସ ରହିଥିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। ନିଆଁରେ ଅନେକ ହଲିଉଡ ସେଲିବ୍ରିଟିଙ୍କ ଘର ବି ଜଳି ପାଉଁଶ ହୋଇଯାଇଛି। ବିଲ୍‌ କ୍ରିଷ୍ଟଲ, ମେଣ୍ଡି ମୁର, ଜେମି ଲି କର୍ଟିସ ଏବଂ ପ୍ୟାରିସ ହିଲଟନଙ୍କ ଘର ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି। ବିଲ୍‌ କ୍ରିଷ୍ଟଲ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି। ହଲିଉଡ୍‌ ହିଲ୍ସ ବା ସହରରେ ଅନେକ ବଡ଼ ବଡ଼ ଷ୍ଟୁଡିଓ ରହିଥିବାରୁ ସେଠାରେ ଭୟର ବାତାବରଣ ଲାଗି ରହିଛି।

- Advertisement -

ନିଆଁ ପ୍ରଥମେ ପାସିଫିକ ପ୍ୟାଲିସେଡ୍‌ସ ଜଙ୍ଗଲରେ ଲାଗିଥିଲା। ଧୀରେ ଧୀରେ ନିଆଁ ବ୍ୟାପି ଇଟନ ଏବଂ ହର୍ଷ୍ଟ ଜଙ୍ଗଲକୁ ନିଜ କବଳକୁ ନେଇଯାଇଥିଲା। ପରେ ପରେ ଲିଡିୟା, ବୁଡଲି ଏବଂ ସନସେଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଯାଇଛି। ଶତାଧିକ ଏକର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ହୋଇଥିଲେ ହେଁ ସେଥିରେ କୌଣସି ସୁଫଳ ମିଳିନାହିଁ। ପବନର ନ କମିବା ପର୍ଯ୍ୟନ୍ତ ନିଆଁ ଲିଭାଇବା କଷ୍ଟକର ହେବ ବୋଲି କୁହାଯାଉଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories