www.samajalive.in
Monday, December 15, 2025
24.1 C
Bhubaneswar

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ କୌଶଳ ବିକାଶ କେନ୍ଦ୍ର ପରିସରରେ ନିଖିଳ ଉତ୍କଳ ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଙ୍ଘ ପକ୍ଷରୁ ସଭାପତି ସାଧୁରାମ ଭତ୍ରାଙ୍କ ସଭାପତିତ୍ବରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସାମନ୍ତରାୟ ଯୋଗଦେଇ ପବିତ୍ର ଗୁରୁଦିବସ ଅବସରରେ ସଭାରେ ଉପସ୍ଥିତ ଥିବା ଗୁରୁମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଅନୁରୂପ ଭାବରେ ସଂଘ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ମିଳିତ ସହଯୋଗରେ ସବୁ କାମ ସମ୍ଭବ କରିହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପଦେଷ୍ଟା ସୁକାନ୍ତ କୁମାର ସ୍ୱାଇଁ, ସମ୍ପାଦକ ରଞ୍ଜନ ବେହେରା ମଞ୍ଚାସୀନ ଥିବାବେଳେ ମିଡ଼ିଆ ସଂଯୋଜକ ମନୋଜ କୁମାର ପଟନାୟକ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ଜେଠି, ଗୋପାଳ ମିଶ୍ର, ହୃଷିକେଶ ମିଶ୍ର, ପ୍ରଶାନ୍ତ ଜେନା, ହେମନ୍ତ କୁମାର ମିଶ୍ର ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ସଭାରେ ଜିଲ୍ଲା ମେଟ୍ରୋନ ସଂଘ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ସଙ୍ଘର କୋଷାଧ୍ୟକ୍ଷ ଶୁବେନ୍ଦୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପସଭାପତି କାଳିକିଙ୍କର ପଟନାୟକ, ସହସମ୍ପାଦକ ଶଶାଙ୍କ ଶେଖର ତ୍ରିପାଠୀ, ସଂଜୀବ ପଣ୍ଡା ସମେତ ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର, କରୁଣାକର ନାୟକ, ପ୍ରଫୁଲ ସାହୁ, ବଂଶୀ ରଥ, ପଙ୍କଜ ଚୌଧୁରୀ, ବି. କୈଳାଶ ରାଓ, ଜିଲ୍ଲା କାର୍ୟ୍ୟାଳୟର ମୁଖ୍ୟ କିରାଣୀ ଭଗବାନ ପାଣିଗ୍ରାହୀ, ବରିଷ୍ଠ କିରାଣୀ ଜିତେନ୍ଦ୍ର ଚୌଧୁରୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories