www.samajalive.in
Tuesday, December 9, 2025
15.1 C
Bhubaneswar

୧୦ଦଫା ଦାବୀ ନେଇ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

ହରଭଙ୍ଗା: ୧୦ ଦଫା ଦାବୀ ନେଇ ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡାକରା ହରଭଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସୋମବାର ସକାଳ ୬ଟାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବ୍ଲକ ସଦରମହକୁମା ଚାରିଛକ, ପୁରୁଣାକଟକ, ହରଭଙ୍ଗାରେ ଦୋକାନ ବଜାର ସହ ଗାଡି ଚଳାଚଳକୁ ବନ୍ଦ କରିଥିଲେ। ଫଳରେ ଜାତୀୟ ରାଜପଥଉପରେ ଶହ ଶହ ସଂଖ୍ୟାରେ ଗାଡିମଟର ଅଟକି ରହିଥିଲା। ଦୀର୍ଘଦିନର ବ୍ୟବଧାନପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଲୋକଙ୍କ ସ୍ୱତଃପୂର୍ତ ସମର୍ଥନ ମିଳିଥିଲା। ବିଶେଷକରି ଆଜିର ବନ୍ଦଡାକରାରେ କଂଗ୍ରେସ ପକ୍ଷରୁ ରଖାଯାଇଥିବା ଦାବୀଗୁଡିକ ମଧ୍ୟରେ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା, ବୌଦ୍ଧକୁ ସମ୍ବଲପୁର ଆର.ଡି.ସିରେ ସାମିଲ, ଜିଲ୍ଲାପରିଷଦ ଜୋନ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ସଂଖ୍ୟା ୩ରୁ ୬କୁ ବୃଦ୍ଧି, ବୌଦ୍ଧ ଏନଏସିକୁ ମୁନିସିପାଲଟିରେ ସାମିଲ, କଂଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକକୁ ଏନଏସି ମାନ୍ୟତା, ୬୯ପଂଚାୟତରୁ ୧୨୧ପଂଚାୟତକୁ ବୃଦ୍ଧି, ଦପଲ୍ଲା, ପଲଶାଗୋରା, ସାହାଜପାଲ, ମର୍ଯ୍ୟାକୁଦ, ଧଳପୁର, ବୀରନରସିଂହପୁର ଏବଂ ମହାଲ୍ଲିକପଡାରେ ଫାଣ୍ଡି ନିର୍ମାଣ ଭଳି ଦାବୀ ରହିଥିଲା। କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବୀଗୁଡିକ ଜିଲ୍ଲା ଗଠନର ୨୭ବର୍ଷ ପରେ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲା ପାଇଁ ଆବଶ୍ୟକତାଥିବା ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲ ହୃଦୟଙ୍ଗମ କରିବା ସହ ସମର୍ଥନ ଜଣାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories