www.samajalive.in
Sunday, December 7, 2025
23.1 C
Bhubaneswar

ସଟର ଚାବି କାଟି ଚୋରୀ କରିବା ଉଦ୍ୟମ ପଣ୍ଡ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକରେ ଗତ ବିଳମ୍ବିତ ରାତିରେ ଗୋଟିଏ ଦୋକାନ ସଟର ଚାବି କାଟି ଚୋରୀ କରିବା ଉଦ୍ୟମ ପଣ୍ଡ ହୋଇଛି । ଚୋର ଦୋକାନ ର ସଟର ଚାବି କାଟିବା ସମୟରେ ପାଖ ଦୋକାନର ଜଣେ ଦୋକାନୀ ଚୋର ଚୋର କହି ପାଟି କରିବାରୁ ଲୋକ ଙ୍କ ପାଟି ଶୁଣି ଚୋର ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା । ତେବେ କିଛି ଦୂରରେ ଏକ ବାଇକ୍ ଥିବା ବେଳେ ଏହାକୁ ଦୋକାନ ମାଲିକ ଚିରଞ୍ଜିବୀ ଦାଶ ଆରକ୍ଷୀ ଜିମା ଦେଇଛନ୍ତି । ଏହା ସହ ଦୋକାନ ମାଲିକ ଚିରଞ୍ଜିବୀ ଦାଶ ତାଙ୍କ ଦୋକାନରୁ ଚୋରୀ ଉଦ୍ୟମ ସମ୍ପର୍କରେ ପାଟଣା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପାଟଣା ଅଞ୍ଚଳରେ ଚୋରି ଓ ଲୁଟ୍‌ ବୃଦ୍ଧି ପାଉଥିବାରୁ ରାତ୍ରୀକାଳୀନ ଆରକ୍ଷୀ ପଇଁତରା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories