ପୂର୍ବତଟ ରେଳପଥର କ୍ରୀଡ଼ା ଅଧିକାରୀ ଭାବେ ଯୋଗଦେଲେ ଅମିତ

କଟକ : ଟୋକିଓ ଅଲିମ୍ପିକ୍‌ସରେ ହକିରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ଦଳର ପ୍ରମୁଖ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଅମିତ ପଶ୍ଚିମ ରେଳପଥ ମୁମ୍ବଇରେ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ପଦବୀରେ କାର୍ଯ୍ୟ କରୁଥିଲେ। ଅମିତଙ୍କ ଏହି ନୂତନ ପଦବୀରେ ଯୋଗଦାନ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା)ର ସଭାପତି , ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଅମିତଙ୍କ ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡ଼ା ବିଭାଗରେ ଖେଳାଳିଙ୍କୁ ଉତ୍ସାହିତ କରିବ। ସୂଚନାଯୋଗ୍ୟ ପ୍ରଥମ ଓଡ଼ିଆ ଭାବେ ଅଲିମ୍ପିକ୍‌ସରେ ପଦକ ବିଜୟୀ ହୋଇଥିବା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ରାଜ୍ୟ ସରକାର ଓଡ଼ିଶା ପୁଲିସରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍‌ସରେ ପଦକ ବିଜୟୀ ହୋଇଥିଲା।

Comments are closed.