www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ ; cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲବ୍ଧ

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଭାବେ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହେଉନାହିଁ।

- Advertisement -

–ପ୍ରଧାନମନ୍ତ୍ରୀ ଏଥିପାଇଁ ବିରୋଧୀ ଦଳ ସଭ୍ୟମାନଙ୍କୁ ଦାୟୀ କରିଛନ୍ତି ଓ କହିଛନ୍ତି ଯେ ସାଂସଦମାନେ ଗୃହର ସମ୍ମାନ ରକ୍ଷା କରିବା କ୍ଷେତ୍ରରେ ଯତ୍ନବାନ ହୁଅନ୍ତୁ।

–ବାଲେଶ୍ବର ଜିଲା ସିମୁଳିଆ ବ୍ଲକରେ ଧାନ ବିଲରେ ଚାଷ କରୁଥିବା ସମୟରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ

–ରାଜ୍ୟରେ କୋଭିଡ ମୃତ୍ୟୁ ଲୁଚାଇବା ପ୍ରସଙ୍ଗ: ସରକାରଙ୍କ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଉଚ୍ଚନ୍ୟାୟାଳୟ- କଂଗ୍ରେସ

–ଓଏସଏସସି ଅଫିସରେ ଭିଜିଲାନ୍ସର ଖୋଳତାଡ଼, କାଗଜପତ୍ର ଯାଞ୍ଚ ସହ ତଥ୍ୟ ସଂଗ୍ରହ କରୁଛନ୍ତି ୨ ଭିଜିଲାନ୍ସ ଅଧିକାରୀ

–ତାଲିବାନର ନରସଂହାର ଜାରି; ତିନିଟି ସହର ଉପରେ ଜୋରଦାର ଆକ୍ରମଣ

–ଆସନ୍ତାକାଲି ଠାରୁ କୋଭିଡ କଟକଣାରେ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ ; ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି

–ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ, ତାହା ଚପାଇବା ଭାଜପା ପାଇଁ ସେତେ କଷ୍ଟକର ହେବ- ରାହୁଳ ଗାନ୍ଧୀ

–ଘରୋଇକରଣ ହେବ ସରକାରୀ ବୀମା କମ୍ପାନୀ

–ଦେଶରେ ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ

–ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୦୪,୯୫୮କୁ ବୃଦ୍ଧି। କରୋନାରୁ ଏପର୍ଯ୍ୟନ୍ତ ୩,୦୮,୯୬,୩୫୪ ଜଣ ଆରୋଗ୍ୟଲାଭ;  ସୁସ୍ଥତା ହାର ଦେଶରେ ୯୭.୩୮%

–ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୯%। ସୋମବାର ସଂଧ୍ୟା ସୁଦ୍ଧା ମୋଟ ୪୭.୧୨ କୋଟି ନମୁନା ପରୀକ୍ଷା

–ଦେଶରେ ୪୭.୮୫ କୋଟି ପାନ ଟିକା ଦିଆଯାଇସାରିଛି। ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

–ସାମ୍ବାରେ ପୁଣି ଉଡିଲା ଡ୍ରୋନ; ବନ୍ଦିପୋରାରେ ଗୁଳି ବିନିମୟ ଜାରି; ଜଣେ ଆତଙ୍କବାଦୀର ମୃତ୍ୟୁ

–ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ପରାସ୍ତ; ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ହାରିଲା

–ଦେଶରେ ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

–ମହାରାଷ୍ଟ୍ରରେ ଜିକା ଭୂତାଣୁ : ଉଚ୍ଚସ୍ତରୀୟ ଦଳ ପଠାଇଲା କେନ୍ଦ୍ର। ଆଜି ଠାରୁ ଖୋଲିଲା ସମ୍ବଲପୁରରେ ମା’ ସମଲାଇଙ୍କ ମନ୍ଦିର

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨

–ଦିନକ ମଧ୍ୟରେ ୧୭୮୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୧୪୩୨୫ ଜଣ କରୋନା ରୋଗୀ ରହିଛନ୍ତି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୨୩

–ଆଜି ଖୋଲୁଛି ନନ୍ଦନକାନନ : ମାର୍ଗଦର୍ଶିକା ଜାରି ; କୃତ୍ରିମ ଜଳାଶୟକୁ ଥରକେ ୬ଜଣଙ୍କୁ ଅନୁମତି, ଉଦ୍ଭିଦ ଉଦ୍ୟାନରେ ବଣଭୋଜିକୁ ବାରଣ

–ପିଏମଜିକେଏଓ୍ୱାଇ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବେଦିକାଙ୍କୁ ବଞ୍ଚାଇ ପାରିଲାନି ୧୬କୋଟିର ଇଞ୍ଜେକ୍‌ସନ

–ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ : ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଅଭ୍ୟୁଦୟ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories