www.samajalive.in
Monday, December 15, 2025
24.1 C
Bhubaneswar

ବିଦ୍ୟାଳୟ ଛାତ ପଡିବା ପୁର୍ବରୁ ସେଣ୍ଟ୍ରିଂ ଖୋଲା, ଝୁଲୁଛି ରଡ୍

ବାଲିଚନ୍ଦ୍ରପୁର : ବଡଚଣା ଶିକ୍ଷାମଣ୍ଡଳ ଅନ୍ତର୍ଗତ ବରଦା ସ୍ଥିତ ପ୍ରହଲ୍ଲାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣଧିନ ନୂତନ ଗୃହର ଛାତ ପଡିବା ପୁର୍ବରୁ ସେଣ୍ଟ୍ରିଂ ଖୋଲା ହୋଇଯିବା ଯୋଗୁଁ ରଡ୍ ଝୁଲି ରହିଥିବା ଦେଖିବାକୁ ମିଳିଛି। ଗତ ଫନି ବାତ୍ୟାରେ ବରଦା ସରକାରୀ ଉଚ୍ଚ ବିଦ୍ୟାଳୟ ଗୃହ କ୍ଷତିଗ୍ରସ୍ତ ହେବା ପରେ ନୂତନ ଗୃହ ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ଟେଣ୍ଡର ଆହ୍ୱାନ କରାଯାଇଥିଲା। ପରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ତଥା ଚଣ୍ଡିଖୋଲ ସବଡିଭିଜନ ତରଫରୁ ଦୁଇଟି ଟେଣ୍ଡର ଜରିଆରେ ନିର୍ମାଣ ନିନ୍ତେ ନିର୍ମାଣ ନିମନ୍ତେ ୪ ଲକ୍ଷ ୪୫ ହଜାର ୧୪୭ ଟଙ୍କା ଓ ୧ ଲକ୍ଷ ୭୬ହଜାର ୬୬୨ ଟଙ୍କା ମଞ୍ଜୁର କରାଯାଇ ଦୁଇ ଜଣ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଗୋଟିଏ ପଟ ପୁରୁଣା କାନ୍ଥକୁ ମିଶାଇ ଦୁଇପଟ କାନ୍ଥ ନିର୍ମାଣ କରାଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଛାତ ପକାଇବା ପାଇଁ ସେଣ୍ଟ୍ରିଂ ବନ୍ଧା ସରିବା ପରେ ରଡ୍ ବିଛା ଯାଇଥିଲା। କିଛି ଦିନ ରଡ୍ ବିଛା ହୋଇ ରହିବା ପରେ ଆଉ ଛାତ ପଡିନଥିଲା। ଦୀର୍ଘ ଏକ ମାସ ଧରି ସେଣ୍ଟ୍ରିଂ ବନ୍ଧା ହେବା ପରେ ଠିକାଦାର ସେଣ୍ଟ୍ରିଂ ଖୋଲି ନେଇଯାଇଛନ୍ତି।

ସେଣ୍ଟ୍ରିଂ ନେଇଯିବା ପରେ ଏବେ ରଡ୍ ଗୁଡିକ ଝୁଲି ରହିଛି। କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମି ଆସିଥିବା ବେଳେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମନମାନୀ ଯୋଗୁଁ ଛାତ୍ରୀଛାତ୍ର ମାନେ ଅସୁବିଧାର ସମ୍ମୁଖୀନ ହେବେ। ଏପରିକି ଯେଉଁ ଅବସ୍ଥାରେ ନିର୍ମାଣଧିନ ଗୃହଟି ରହିଛି ତାହା କେଉଁ ସମୟରେ ଦୁର୍ଘଟଣା ଘଟିବା ସମ୍ଭାବନା ମଧ୍ୟ ରହିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରା ପାଇଁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବରଦା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଏହି ନିର୍ମାଣଧିନ ଗୃହର ଛାତ ପକା କାର୍ଯ୍ୟ ଅଗ୍ରଗତି କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories