www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପକ୍ଷରୁ ସାଧାରଣ ପରିଚାଳକ ଓ ଖଣ୍ଡିୟ ପରିଚାଳକ କାର୍ୟ୍ୟାଳୟ ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ରଘୁନାଥପୁର ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଓଡିଶା ବନ ଉନ୍ନୟନ ନିଗମ ଅଧିନସ୍ଥ ସାଧାରଣ ପରିଚାଳକ ଓ ଖଣ୍ଡିୟ ପରିଚାଳକ କାର୍ୟ୍ୟାଳୟକୁ ସୋମବାର ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ୧କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାର୍ୟ୍ୟାଳୟରେ ଏଣିକି ବ୍ରହ୍ମପୁର ସହରରେ କାର୍ୟ୍ୟ କରୁଥିବା ବନ ଉନ୍ନୟନ ନିଗମ ସାଧାରଣ ପରିଚାଳକ ଓ ଖଣ୍ଡିୟ ପରିଚାଳକ କାର୍ୟ୍ୟାଳୟ କାର୍ୟ୍ୟ କରିବ। ଉଦଘାଟନ କାର୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ସାଧାରଣ ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ଖଣ୍ଡିୟ ପରିଚାଳକ ଦିଲ୍ଲୀପ କୁମାର ରାଉତ,ଡି ଏଫ ଓ ଅମ୍ଲାନ ନାୟକ,ବୈଦ୍ଧ ଖଣ୍ଡିୟ ପରିଚାଳକ ପ୍ରସନ୍ନ କୁମାର ପାଣି, ବ୍ରହ୍ମପୁର ନୂତନ ଖଣ୍ଡିୟ ପରିଚାଳକ ରମାରଞ୍ଜନ ପଟ୍ଟନାୟକ, ମୁନିଗୁଡା ଖଣ୍ଡିୟ ପରିଚାଳକ ନଳିନୀକାନ୍ତ ଜୟସିଂହ, ରଘୁନାଥପୁର ଡିପୋ ଖଣ୍ଡିୟ ପରିଚାଳକ ମିତାରାଣୀ ସେଠୀ,ସହ ଖଣ୍ଡିୟ ପରିଚାଳକ ପି.ପରମେଶ୍ବର ମହାନ୍ତି, ରେଞ୍ଜ ଅଫିସର ଦିଲ୍ଲୀପ କୁମାର ମାର୍ଥା ଙ୍କ ସମେତ ବ୍ରହ୍ମପୁର କାଠ ବ୍ୟବସାୟୀ ସଂଘର ହରିକୃଷ୍ଣ କୋଠିଆ, ସୁଶାନ୍ତ ପାଣିଗ୍ରାହୀ,ପ୍ରଦୀପ କୁମାର ପାଣିଗ୍ରାହୀ,ଶିବରାମ ଜେନା, ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହ କାର୍ୟ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories