www.samajalive.in
Saturday, December 6, 2025
16.1 C
Bhubaneswar

ନୂତନ ଥାନା କୋଠାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର : ଆସନ୍ତା ୧୩ ତାରିଖରେ ଗୋପାଳପୁର ଥାନାର ନୂତନ କୋଠାକୁ ଭରଚ୍ୟୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏନେଇ ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ ଗୋପାଳପୁର ପହଞ୍ଚି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ କୋଠା ବୁଲି ଦେଖିଥିଲେ । ସୂଚନା ଅନୁସାରେ ୨୦୨୨ ମସିହାରେ ୩ କୋଟି ୨୮ ଲକ୍ଷ୍ୟ ୯୪ ହଜାର ବ୍ୟୟରେ ଗୋପାଳପୁର ଥାନା ପରିସରରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ପୁଲିସ ହାଉସିଂ ବୋର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା । ଏହି କୋଠାରେ ଆବଶ୍ୟକ ଥିବା ସମସ୍ତ ସାରଞ୍ଜମ ରହିଛି । ନିର୍ମାଣ କାର୍ଯ୍ୟ ଶେଷ ହେବାରୁ ୧୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭରଚ୍ୟୁଆଲ ମାଧ୍ୟମରେ ଉଦଘାଟନ କରିବେ । ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ, ବିଧାୟକ, ସାଂସଦ, ସ୍ଥାନୀୟ ଜନପତିନିଧିଙ୍କ ସମେତ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories