www.samajalive.in
Saturday, December 6, 2025
15.1 C
Bhubaneswar

ଦୀପକ ନାୟକଙ୍କୁ ପ୍ରାର୍ଥୀ କଲା ନବ ନିର୍ମାଣ କୃଷକ ସଂଗଠନ

ପାଟଣା: ସାଧାରଣ ନିର୍ବାଚନ ପାଇଁ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟର କିଛି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ୩୦ ବର୍ଷୀୟ ଜଣେ ମେଧାବୀ ଯୁବକ ଇଂ ଦୀପକ କୁମାର ନାୟକଙ୍କୁ ସଂଗଠନ ପ୍ରାର୍ଥୀ କରିଛି । ଶ୍ରୀ ନାଏକଙ୍କ ଘର ସାହାରପଡା ବ୍ଲକ ଗଣ୍ଡବେଡ଼ା ପଞ୍ଚାୟତ ଦାନୁଆ ଟାଙ୍ଗରପଡା ଗ୍ରାମରେ ଓ ସେ ସ୍ବର୍ଗତ ମୋହନ ଚରଣ ନାୟକଙ୍କ ପୁଅ ବୋଲି ଜଣାପଡିଛି । ଦୀପକ କୁମାର ବିଜ୍ଞାନରେ ସ୍ନାତକ ସହ ଏମବିଏ ଓ ଏମଟେକ କରିଥିବାରୁ ଜଣେ ଯୋଗ୍ୟ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଅବିବାହିତ ଥିବା ଦୀପକ ଏହି ନିର୍ବାଚନକୁ ଗୁରୁତ୍ଵ ଦେଇ ଲଢି ଭଲ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories