www.samajalive.in
Tuesday, December 9, 2025
15.1 C
Bhubaneswar

ଡିସିପି କାର୍ଯ୍ୟାଳୟ ନୂତନ ଗୃହ ଉଦ୍‍ଘାଟିତ

କଟକ : ମହାନଦୀ ରିଂବନ୍ଧ ପାର୍ଶ୍ବରେ ନବନିର୍ମିତ କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି। ଏହି ନୂତନ କାର୍ଯ୍ୟାଳୟରେ ଅତ୍ୟାଧୁନିକ ପୁଲିସ ନିୟନ୍ତ୍ରଣକକ୍ଷ, ପୁଲିସ ସହାୟତା କେନ୍ଦ୍ର(ଡାଏଲ-୧୦୦), ସିସିଟିଭିି ମନିଟରିଂ ସିଷ୍ଟମ, ୨ଟି ସମ୍ମିଳନୀ କକ୍ଷ, ଅଭିଯୋଗ ପ୍ରକୋଷ୍ଠ, ପୁଲିସ କମିସନରଙ୍କ କ୍ୟାମ୍ପ ଅଫିସ ରହିଛି। ଏଥିସହ ଡିଆଇବି, ଡିଏଚଆରପିସି, ଡିସିଆରବି, ଏସ.ଆର ସେକ୍ସନ ମଧ୍ୟ ରହିଛି। ଏହି ନୂତନଗୃହ ୨୪ହଜାର ୫୦୦ବର୍ଗଫୁଟରେ ନିର୍ମିତ ହୋଇଛି। ତିିନି ମହଲା ବିଶିଷ୍ଟ ଏହି କୋଠାକୁ ପୁଲିସ ହାଉସିଂ କର୍ପୋରେସନ ନିର୍ମାଣ କରିଛି। ଏହି କୋଠାକୁ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ଆକୃତିର ନିର୍ମାଣ କରାଯାଇଛି। ଉଦ୍‍ଘାଟନୀ ଉତ୍ସବରେ ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ରପ୍ରସାଦ ଶର୍ମା, ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଦେବାଶିଷ ସାମନ୍ତରାୟ, ଡ. ପ୍ରମୋଦ ମଲ୍ଲିକ, ପ୍ରକାଶ ଚନ୍ଦ୍ର ବେହେରା, ମେୟର ମୀନାକ୍ଷୀ ବେହରା, ଡେପୁଟି ମେୟର ଅଜୟ ବାରିକ, ରାଜ୍ୟ କୋଠାବାଡି ନିର୍ମାଣ କର୍ମଚାରୀ ଉନ୍ନୟନ ବୋର୍ଡ ସଭାପତି ସୁବାସ ସିଂହ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଶୀଘ୍ର ଏହି ନୂତନ କୋଠାରେ ସିସିଟିଭି ଲଗାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories