www.samajalive.in
Tuesday, December 9, 2025
19.1 C
Bhubaneswar

ଏଚସିଏଲ ଗ୍ରାଣ୍ଟ ସପ୍ତମ ସଂସ୍କରଣ ପାଇଁ ଆବେଦନ ଆହ୍ୱାନ

ନୂଆଦିଲ୍ଲୀ: ଗ୍ରାମୀଣ ଭାରତକୁ ପରିବର୍ତନ କରୁଥିବା ଏନଜିଓଗୁଡିକୁ ମାନ୍ୟତା ଦେବା ପାଇଁ ଏଚସିଏଲ ଗ୍ରାଂଟ ଘୋଷଣା କରିଛି ସପ୍ତମ ସଂସ୍କରଣ । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ଜୁଲାଇ ୨, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୧୫ରେ ଆରମ୍ଭ ହୋଇଥିବା ଏଚସିଏଲ ଗ୍ରାଂଟ ହେଉଛି ଏଚସିଏଲର ଏକ କର୍ପୋରେଟ ସାମାଜିକ ଉତରଦାୟିତ୍ୱ (ସିଏସ୍‌ଆର) ପ୍ରତିବଦ୍ଧତା, ଏଚସିଏଲ ଫାଉଣ୍ଡେସନ, ଏଚସିଏଲ ଟେକ୍ନୋଲୋଜିର ସିଏସ୍‌ଆର ଶାଖା ମାଧ୍ୟମରେ ଏନଜିଓ ଗୁଡିକୁ ମଜବୁତ ତଥା ସଶକ୍ତ କରିବା, ସେମାନଙ୍କ ସହ ଜଡିତ ହେବା ଏବଂ ସେମାନଙ୍କର ସଂପୂର୍ଣ୍ଣ ନୂତନ ଏବଂ ଅଲଗା କାମ ପାଇଁ ସେମାନଙ୍କୁ ମାନ୍ୟତା ଦେବା । ଏଚସିଏଲ ଫାଉଣ୍ଡେସନ ବର୍ତମାନ ଏଚସିଏଲ ଅନୁଦାନର ସପ୍ତମ ସଂସ୍କରଣ ଘୋଷଣା କରିଛି ।
ବିଜେତା ଏନଜିଓ ମାନଙ୍କୁ ପରିବେଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ପ୍ରତ୍ୟେକ ବର୍ଗରେ ୩-୫ ବର୍ଷର ପ୍ରକଳ୍ପ ପାଇଁ ଏଚସିଏଲ ଗ୍ରାଂଟ ୫ କୋଟି ଟଙ୍କାର ଏକ ଅନୁଦାନ ପ୍ରଦାନ କରିଥାଏ । ପ୍ରତ୍ୟେକ ବର୍ଗର ଅନ୍ୟ ୨ ଜଣ ଫାଇନାଲିଷ୍ଟ ଏକ ବର୍ଷିଆ ପ୍ରକଳ୍ପ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ପ୍ରାପ୍ତ କରନ୍ତି ଯାହାକି ଚୂଡାନ୍ତ ଜୁରି ବୈଠକ ପରେ ଏଚସିଏଲ ଫାଉଣ୍ଡେସନ ସହିତ ପାରସ୍ପରିକ ସହମତରେ ହୋଇଥାଏ ।
ଚଳିତ ବର୍ଷର ଅନୁଦାନ ପାଇଁ ଆବେଦନ କରିବାକୁ ଚାହୁଁଥିବା ଏନଜିଓଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ସାଂଗଠନିକ ପ୍ରୋଫାଇଲ ଏବଂ ପ୍ରୋଜେକ୍ଟ ଅବଷ୍ଟ୍ରାକ୍ଟ ସହ କିଛି ବାଧ୍ୟତାମୂଳକ ଦସ୍ତାବିଜ ସହିତ ଅନଲାଇନ ଆବେଦନ ଫର୍ମ ପୂରଣ କରିପାରିବେ ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories