www.samajalive.in
Monday, December 15, 2025
16.1 C
Bhubaneswar

ତାଲିମ ସହିତ ନିଯୁକ୍ତି- ସମୟର ଆବଶ୍ୟକତା

ବେଙ୍ଗାଲୁରୁ: ଦେଶର ଅନେକ ପରିବାର ସେମାନଙ୍କ ପିଲାଙ୍କୁ ବୈଷୟିକ କ୍ଷେତ୍ରରେ ଉଚ୍ଚଶିକ୍ଷା ଦେବାକୁ ସମର୍ଥ ହେଉନଥିବାରୁ ଶିଳ୍ପ ପାଇଁ ଆବଶ୍ୟକ ଲୋକଶକ୍ତିର ଅଭାବ ପରିଲକ୍ଷିତ ହେଉଛି। ଏ କ୍ଷେତ୍ରରେ ଅର୍ଥାଭାବ ମୁଖ୍ୟ ପ୍ରତିବନ୍ଧକ ହେଉଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ପାରମ୍ପରିକ ଶିକ୍ଷାଲାଭ କରି ସଂଗଠିତ ଅଥବା ଅସଂଗଠିତ କ୍ଷେତ୍ରରେ ଜୀବିକା ଉପାର୍ଜନ ସନ୍ଧାନ କରୁଛନ୍ତି। ତାହାସହିତ ଗତବର୍ଷ ଠାରୁ ମହାମାରୀର ପ୍ରଭାବ ପରିବାରଗୁଡିକର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏଭଳି ଏକ ପରିସ୍ଥିତିରେ ଅନେକଙ୍କ ପାଇଁ ତାଲିମ ସହିତ ରୋଜଗାର କରିବା ଅଗ୍ରାଧିକାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ବୈଷୟିକ ଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ସହଯୋଗର ହାତ ବଢାଇଛି ଏଚସିଏଲ ଟେକନୋଲୋଜିସ୍‍। ଏହାର ଟେକ୍‍ ବି ଏକ ଏକ କାର୍ଯ୍ୟ ସମନ୍ୱିତ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ ଯାହାକି ସରକାରଙ୍କର ‘ସ୍କିଲ ଇଣ୍ଡିଆ’ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛି। ୧୦+୨ ଛାତ୍ରମାନଙ୍କ ପାଇଁ ଏଚସିଏଲର ନୂତନ ବ୍ୟକ୍ତିକେନ୍ଦ୍ରିକ କୌଶଳ ଅନ୍ତର୍ଗତ, ଏହି ପ୍ରୋଗ୍ରାମ ଜରିଆରେ ଛାତ୍ରମାନଙ୍କୁ ଉପଯୁକ୍ତ ଦକ୍ଷତା ପ୍ରଦାନ କରି ଆଇଟି ଇଞ୍ଜିନିୟରିଂ ଚାକିରି ଅଫର କରାଯାଉଛି। ଏଚସିଏଲ୍ ରେ ଏଣ୍ଟ୍ରି ସ୍ତରର ଆଇଟି ଜବ୍ ପାଇଁ ଏହା ଛାତ୍ରମାନଙ୍କୁ ବୈଷୟିକ ଓ ପେଶାଗତ ଭାବରେ ପ୍ରସ୍ତୁତ କରୁଛି ଯେଉଁଠାରେ ଛାତ୍ରମାନେ ଏହି ଜବ୍ ପାଇଁ ଛାତ୍ରମାନଙ୍କୁ ୧୨ ମାସର ତାଲିମ ପ୍ରଦାନ କରାଯିବ ଓ ଛାତ୍ରମାନେ ମଧ୍ୟ ଏଚସିଏଲ ପ୍ରୋଜେକ୍ଟରେ ଇଂଟର୍ଣ୍ଣସିପ କରିବାର ସୁଯୋଗ ପାଇ ପାରିବେ। ଏଚସିଏଲରେ କାର୍ଯ୍ୟ କରୁଥିବା ସମୟରେ, ଛାତ୍ରମାନେ ମଧ୍ୟ ଗ୍ରାଜୁଏଟ ଡିଗ୍ରୀ ପ୍ରୋଗ୍ରାମ ପାଇଁ ପ୍ରତିଷ୍ଠିତ ୟୁନିଭର୍ସିଟି ଯଥା ବିଟ୍ସ ପିଲାନି ଓ ଶସ୍ତ୍ର ୟୁନିଭର୍ସିଟିରେ ନାମ ଲେଖାଇ ପାରିବେ। ଏଚସିଏଲ ଏହି କାର୍ଯ୍ୟକ୍ରମକୁ ୨୦୧୬ ରେ ଆରମ୍ଭ କରିଥିଲା ଯାହାର ଲକ୍ଷ୍ୟ ହେଉଛି ସର୍ବୋତମ ପ୍ରତିଭାଧାରୀ ଛାତ୍ରମାନଙ୍କୁ ଗ୍ରହଣ କରିବା ଓ ତାଙ୍କର କ୍ୟାରିୟରର ପ୍ରାରମ୍ଭରେ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା। ଏଚସିଏଲ ଟେକନୋଲୋଜିସର କର୍ପୋରେଟ ଭାଇସ ପ୍ରେସିଡେଣ୍ଟ ଶ୍ରୀମତୀ ଶିବଶଙ୍କର କହିଛନ୍ତି, ଏହି ପ୍ରୋଗ୍ରାମର ଅଂଶସ୍ୱରୂପ ଏଚସିଏଲ ସହଭାଗିତା ସ୍ଥାପନ କରିଥିବା ୟୁନିଭର୍ସିଟିରୁ ଛାତ୍ରମାନେ ଡିଗ୍ରୀ ପାଇପାରିବେ। ଏହି ପ୍ରୋଗ୍ରାମ ମାଧ୍ୟମରେ ୩୦୦୦ରୁ ଅଧିକ ଛାତ୍ର ଉପକୃତ ହୋଇଛନ୍ତି। ସେମାନେ ନିଯୁ୍କ୍ତି ପାଇବା ସହିତ ଉଚ୍ଚ ଶିକ୍ଷା ମଧ୍ୟ ଲାଭ କରିପାରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories