www.samajalive.in
Monday, December 15, 2025
16.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଉଚ୍ଚ ନ୍ୟାୟାଳୟରେ ଦାଖଲ ହେଲା ଜନସ୍ବାର୍ଥ ମାମଲା, ମାମଲା ଦାଖଲ କଲେ ଆଇନଜୀବୀ ନିଶିକାନ୍ତ ମିଶ୍ର

ରଥଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ହେବ ଆର୍‌ଟିପିସିଆର ଟେଷ୍ଟ,ରଥ ସହ ସମ୍ପୃକ୍ତ ସମସ୍ତଙ୍କର ୪ ଥର ହେବ ଆରଟିପିସିଆର ଟେଷ୍ଟ

-ସେବାୟତ, ପୁଲିସ କର୍ମଚାରୀ ଏବଂ ମନ୍ଦିର ଅଧିକାରୀଙ୍କର ଆର୍‌ଟିପିସିଆର ଟେଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ।

ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି, ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର. କେ. ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ

–ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ

–ପରୀକ୍ଷାଫଳ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା, ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି

–ରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ମାଟ୍ରିକ ନମ୍ବର ଭିତ୍ତିରେ ହେବ, ସେହିପରି ଏକ୍ସ ରେଗୁଲାରଙ୍କ ମାର୍କିଂ ପୂର୍ବ ଥର +୨ ପରୀକ୍ଷା ଭିତ୍ତିରେ ହେବ।

–ଯେଉଁମାନେ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହେବେ, ପରେ ପରୀକ୍ଷା ଦେଇପାରିବେ

–ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ ; ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି, ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା

ପରୀକ୍ଷା ଅନଲାଇନରେ ହେବା ସହ ଏହାର ତାରିଖ ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବେ

–କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା

-ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ, ମୁମ୍ବଇରେ ଗିରଫ ସୁଦୀପ ମୁଖାର୍ଜୀକୁ ଜେରା କରିବାକୁ ଗଲା ଟିମ, ନକଲି କମ୍ପାନୀ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀ।

–ସୁଦୀପ ମୁଖାର୍ଜୀକୁ ଗିରଫ କରିଛି ମୁମ୍ବଇ ପୁଲିସ, ଏବେ ଜେଲରେ ଅଛି

–ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ; ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ

–ଆନ୍ଧ୍ରରେ ତାଲାବନ୍ଦ ଜୁନ୍‍ ୩୦ ପର୍ୟ୍ୟନ୍ତ ବଢିଲା

–ଦେଶରେ ୨୪ ଘଣ୍ଟାରେ ଆଉ ୬୨,୪୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୫୮୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୮୩,୪୯୦

–ଦିନକରେ ଆଉ ୮୮,୯୭୭ ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ୨,୮୫,୮୦,୬୪୭

–୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

–ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

–ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

–କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

–‘ହୁ’ର ଉଦବେଗ: ଆତ୍ମହତ୍ୟା ମୁହାଁ ହେଉଛି ବିଶ୍ୱ, ଶହେରୁ ଜଣେ କରୁଛନ୍ତି ଆତ୍ମହତ୍ୟା

–୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

-ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ୧୦ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।

–ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ

–ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ ; ଡୋମିନିକା-ଚାଇନା ଫ୍ରେଣ୍ଡସିପ ହସପିଟାଲରେ ରହିବେ

–ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

–ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରିଲେ ନାଦାଲ

–ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌

-ସାଉଥହାମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁଥିବା ଐତିହାସିକ ଟେଷ୍ଟ ଚମ୍ପିୟାନସିପର ପ୍ରଥମ ସେସନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories