www.samajalive.in
Thursday, December 11, 2025
27.1 C
Bhubaneswar

ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ଦାଖଲ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ଭୁକ୍ତ କରାଯାଇଛି।

ଆଇନଜୀବୀ ଶ୍ରୀ ମିଶ୍ର କୋଭିଡ ପରିଚାଳନା ଓ ମୃତ୍ୟୁ ରୋକିବା ଦିଗରେ ସରକାରଙ୍କ ବିଫଳତା ସଂପର୍କରେ ଆବେଦନରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ସରକାରୀ ତଥ୍ୟକୁ ଆଧାର କରି କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ପାଇଁ ଆବେଦନ କରିଛନ୍ତି। କଟକର ସତୀଚଉରା ଓ ଭୁବନେଶ୍ୱରର ସତ୍ୟନଗର ସ୍ମଶାନରେ କୋଭିଡ ମୃତକଙ୍କ ଶବ ସତ୍କାର ନେଇ ମହାନଗର ନିଗମ ପକ୍ଷରୁ ଦିଆଯାଉଥିବା ଅନୁମତି ଓ ସରକାରଙ୍କ ଦୈନିକ କୋଭିଡ ମୃତ୍ୟୁ ରିପୋର୍ଟରେ ମେଳ ଖାଉ ନଥିବା ସେ ଦର୍ଶାଇଛନ୍ତି।

- Advertisement -

ସତୀଚଉରା ସ୍ମଶାନରେ ଗୋଟିଏ ଦିନରେ ୪୪ଟି କୋଭିଡ ମୃତକଙ୍କ ଶବ ସତ୍କାର କରାଯାଇଥିବା ସିଏମସି କର୍ମଚାରୀ କହିଛନ୍ତି ଓ ଗଣମାଧ୍ୟମ ଏହା ପ୍ରକାଶ ପାଇଛି। ସେହିପରି ଭୁବନେଶ୍ୱରର ସତ୍ୟନଗର ସ୍ମଶାନରେ ଗତ ଅପ୍ରେଲ ୨୬ ତାରିଖରେ ୪୦ ଜଣ କୋଭିଡ ମୃତକଙ୍କ ଶବ ସତ୍କାର କରାଯାଇଛି।

ଗତ ଅପ୍ରେଲ ମାସରେ ରାଜ୍ୟରେ ୧୩୩ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ସରକାର ରିପୋର୍ଟରେ ଦର୍ଶାଇଛନ୍ତି। କିନ୍ତୁ ବାସ୍ତବରେ ଏହା ବହୁତ ଅଧିକ। ସେହିପରି ୨୦୨୦ ମାର୍ଚ୍ଚ ୧୬ ତାରିଖରୁ ୨୦୨୧ ଜୁନ୍‍ ୧୧ ମଧ୍ୟରେ ରାଜ୍ୟରେ ୩୨୧୦ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ସରକାରୀ ରିପୋର୍ଟ ଏବଂ ପ୍ରକୃତ ମୃତ୍ୟୁ ସଂପର୍କରେ ଆବେଦନକାରୀ ଶ୍ରୀ ମିଶ୍ର ବିସ୍ତୃତ ତଥ୍ୟ ଆବେଦନରେ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ଭୁକ୍ତ କରାଯାଇଛି।
ତେଣୁ ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଜନସ୍ବାର୍ଥ ମାମଲା ମାଧ୍ୟମରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories