www.samajalive.in
Sunday, December 7, 2025
23.1 C
Bhubaneswar

ଅମୋଲ ମଜୁମଦାର୍‌ ମୁମ୍ବଇ କ୍ରିକେଟ୍ ଦଳର ପ୍ରଶିକ୍ଷକ ନିଯୁକ୍ତି ନେଇ ମାମଲା

ମୁମ୍ବଇ: ପୂର୍ବତନ କ୍ରିକେଟର୍‌ ଅମୋଲ ମଜୁମଦାର୍‌ଙ୍କୁ ମୁମ୍ବଇ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ନିଯୁକ୍ତିକୁ ବିରୋଧ କରି ବମ୍ବେ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅମୋଲ୍‌ଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଛନ୍ତି ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ରବି ସାୱନ୍ତ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାୱନ୍ତ କହିଛନ୍ତି ଅମୋଲ ମଜୁମଦାର୍‌ଙ୍କ ସହ ତାଙ୍କର ବ୍ୟକ୍ତିଗତ ଭାବେ କୌଣସି ଶତ୍ରୁତା ନାହିଁ। ତେବେ ତାଙ୍କୁ ଯେଉଁ ପ୍ରକ୍ରିୟାରେ ନିଯୁକ୍ତ କରାଗଲା ତାହା ଅସମ୍ବିଧାନିକ ହୋଇଥିବାରୁ ସେ ଏହାକୁ ବିରୋଧ କରି ମାମଲା ରୁଜୁ କରିଛନ୍ତି।

ଗତ ଫେବୃଆରୀ ୧୮ରେ କ୍ରିକେଟ୍‌ ଉନ୍ନତିକରଣ ପରିଷଦ (ସିଆଇସି)କୁ ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ ଭାଙ୍ଗି ନୂଆ ପରିଷଦ ଗଠନ କରିଥିଲା। ଏହା ନ୍ୟାୟସଙ୍ଗତ ହୋଇନଥିବାରୁ ଏହା ବିରୋଧରେ ଏକ ମାମଲା ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ନୂଆ ପରିଷଦ ଅମୋଲ୍‌ଙ୍କୁ ମୁମ୍ବଇ ସିନିୟର କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯିବା ଯୁକ୍ତିଯୁକ୍ତ ନୁହେଁ। ଅନ୍ୟପକ୍ଷରେ ଅମୋଲ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯିବା ସଂପର୍କରେ ଅବଗତ ନ ଥିବା ଅଭିଯୋଗ କରିଛନ୍ତି ଆପେକ୍ସ କାଉନସିଲ୍ ସଦସ୍ୟ ଉନ୍ମେଷ ଖାନ୍‌ଭିଲକର୍‌ ଓ ଅଜିଙ୍କ୍ୟ ନାଏକ। ନିଜର ଅସନ୍ତୋଷବ୍ୟକ୍ତ କରି ଏହି ଦୁଇ ସଦସ୍ୟ ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ନାଏକ ଓ ଶାହାଆଲମ୍‌ ଶେଖ୍‌ଙ୍କୁ ଇ-ମେଲ୍‌ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories