www.samajalive.in
Sunday, December 7, 2025
26.1 C
Bhubaneswar

ଗୋରୁ ବୋଝେଇ ଟ୍ରକ ଜବତ, ଆନ୍ଧ୍ରକୁ ଚାଲାଣ ହେଉଥିଲା ଗୋରୁ

ମୋହନା: ମୋହନା ବ୍ଳକରେ ଦୀର୍ଘ ବର୍ଷ ହେଲା ଅନାୟସରେ ଚାଲିଛି ଗୋଚାଲାଣ। ଗୋଚାଲାଣକାରୀ ମାଫିଆମାନେ ଏଠାରେ ସକ୍ରିୟ ଥିବାବେଳେ ପ୍ରଶାସନ ସବୁ ଦେଖି ନିରବଦ୍ରଷ୍ଟା। ଦିନ ଦ୍ଵିପହରେ ଚାରିଚକିଆ, ଛଅଚକିଆ ଗାତିରେ ବେପାରୀମାନେ ଅତି ନିର୍ଦ୍ଦୟ ଭାବେ ଗାଇ, ଗୋରୁମାନଙ୍କୁ ଲଦି ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଏଥିରେ ପ୍ରଶାସନର କୌଣସି ପ୍ରତିବନ୍ଧକ ନାହିଁ। ଶୁକ୍ରବାର ରାତି ୯ଟା ସମୟରେ ଏକ ଆଇଚର ଟ୍ରକରେ ୧୮ଟି ଗୋରୁକୁ ଅତି ନିର୍ମମ ଭାବେ ଅତ୍ୟାଚାର କରି ମୋହନା ଅଞ୍ଚଳରୁ ନେଇ ସୁଦୂର ଆନ୍ଧ୍ର ରାଜ୍ୟର ଶୀକାକୁଲମ ଅଞ୍ଚଳକୁ ନେଉଥିଲେ।

ଖବର ପାଇ ମୋହନା ଏମକେସିଜି ଯୁବକ ସଂଘର କର୍ମକର୍ତାମାନେ ଦୃତ ବେଗରେ ଆସୁଥିବା ଟ୍ରକଟିକୁ ବଜାରରୁ ବାଇକରେ ତତିଯାଇ କଲେଜ ଛକରେ କାବୁ କରିଥିଲେ। ତାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ଥାନା ଏସ୍‌ଆଇ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଟିମ ପହଞ୍ଚି ଟ୍ରକକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଗୋରୁ ଚାଲଣକାରୀ ମାଫିଆ ଖୋର୍ଦ୍ଧା ଜିଲ୍ଲା କାଇପଦର ଗ୍ରାମର ମୁସାରଫ ଖାନ (୩୮), ଡ୍ରାଇଭର ନୱ।ଜ ରାଫିକ (୪୦), ହେଲପର ଆସିକ ଖାନା (୪୨)କୁ ଥାନାକୁ ଆଣିଥିଲେ। ଥାନାରେ ସ୍ଥାନର ଅଭାବ ଥିବା ଯୋଗୁଁ ନିକଟସ୍ଥ ମିନି ଷ୍ଟାଡ଼ିୟମକୁ ୧୮ଟି ଗୋରୁକୁ ନେଇ ଛାଡିଥିଲେ। ଗୋରୁଗୁଡିକ ଭୋକିଲା ଥିଲେ। ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ ଯୁବକ ସଂଘର କର୍ମକର୍ତାମାନେ। ଶନିବାର ଅପରାହ୍ନରେ ପୁଲିସ, ଯୁବକ ସଂଘର କର୍ମକର୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଞ୍ଚଳର ୪ ଜଣ ଚାଷୀଙ୍କୁ ୧୮ଟି ଗୋରୁ ମାଗଣାରେ ଦିଆଯାଇଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୧( ଏ) ଅନୁଯାୟୀ ନୋଟିସ ଦେଇ ଛଡାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି। ଏହାର ତଦନ୍ତ ଏସଆଇ ଶ୍ରୀ ମଲ୍ଲିକ କରୁଛନ୍ତି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories