BJD Bijuli 480×75 Mob

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ନଡ୍ଡା

BJD Bijuli 480×75 Mob

ଭୁବନେଶ୍ବର : ବିଜେପିର ନିଶାଣରେ ଓଡ଼ିଶା। ଏଥର କିଭଳି ଓଡ଼ିଶା ଦଖଲ କରାଯିବ ସେ ନେଇ କେନ୍ଦ୍ରୀୟ ନେତୃବୃନ୍ଦ ପୂରା ବଳ ଖଟାଇବାର ଯୋଜନା ରଖିଛନ୍ତି। ଆଜି (ରବିବାର) ଓଡ଼ିଶା ଗସ୍ତରେ ବିଜେପିର ଦୁଇଜଣ ହେଭିୱେଟ ନେତା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି  ନଡ୍ଡା ଓଡ଼ିଶା ଗସ୍ତରେ ଆସି କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ। ପରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳର ସଂକଳ୍ପପତ୍ର ଜାରି କରିବେ ବୋଲି ଜଣାପଡ଼ିଛି। ନଡ୍ଡାଙ୍କ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ରବିବାର ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ପୁନର୍ବାର ୧୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ୧୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ବିଶାଳ ‘ରୋଡ୍ ଶୋ’ କରିବା ଯୋଜନା ରହିଛି। ୧୧ ତାରିଖରେ ସେ ବଲାଙ୍ଗିରରେ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଚଳଚଞ୍ଚଳ ହୋଇପଡିଛି। ତୃଣମୂଳସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ବରି‌ଷ୍ଠ ନେତୃବୃନ୍ଦଙ୍କ ପର୍ଯ୍ୟନ୍ତ ସବୁସ୍ତରରେ ଉତ୍ସାହ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୩ ଜଣ ଉପାୟୁକ୍ତ, ୧୦ ଏସିପି, ୧୭ ଆଇଆଇସି, ୯୦ ଏସ୍ଆଇ/ଏଏସ୍ଆଇ ଅଛନ୍ତି। ଏହାସହ ୨୦ ପ୍ଲାଟୁନ୍ ଫୋର୍ସ ସହ ସିଆଇଏସ୍‌ଏଫ୍ କର୍ମଚାରୀ ମଧ୍ୟ ମୁତୟନ କରାଯିବ ବୋଲି ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି।
ବିମାନବନ୍ଦରଠାରୁ ରାଜଭବନ ଅଞ୍ଚଳ ସୁରକ୍ଷା ବଳୟରେ ରହିବ। ଏସ୍‌ପିଜି ସହିତ ଏନେଇ ଆଲୋଚନା କରାଯାଇଛି। ବିମାନବନ୍ଦରରେ ସିଆଇଏସ୍‌ଏଫ୍‌ ଏବଂ ପୁଲିସ ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ନୋ ‌ଡ୍ରୋନ୍ ଫ୍ଲାଇଂ ଜୋନ କରାଯିବ। ଶନିବାର ସନ୍ଧ୍ୟାରେ କାରକେଡ ରିହର୍ସାଲ କରାଯାଇଛି। ସେହିପରି ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ୫ଟି ଡାକ୍ତରୀ ଦଳ ଗଠନ କରାଯାଇଛି। ଗୋଟିଏ ଡାକ୍ତରୀ ଦଳ ରାଜଭବନରେ ରହିବା ସହିତ ଆଉ ଏକ ଦଳ ବିମାନବନ୍ଦରରେ କାର୍ଯ୍ୟ କରିବ। ଆଉ ଏକ ଦଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା‌ ସ୍ଥାନକୁ ଯିବ ଏବଂ ଗୋଟିଏ ଦଳ କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରସ୍ତୁତ ରହିବ। ଅନ୍ୟ ଦଳଟି ଖାଦ୍ୟ ଯାଞ୍ଚ କାର୍ଯ୍ୟ କରିବ‌ ବୋଲି ଜଣାପଡିଛି। ପ୍ରତି ଦଳରେ ଗାଡିଚାଳକଙ୍କୁ ନେଇ ୫ ଜଣ ଲେଖାଏଁ ସଦସ୍ୟ ରହିବେ। ଡାକ୍ତରୀ ଦଳରେ ଶଲ୍ୟ, ନିଶ୍ଚେତକ, ଭେଷକ ବିଶେଷଜ୍ଞଙ୍କ ସହିତ ଜଣେ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଏବଂ ଲାବ ଟେକ୍‌ନିସିଆନ ରହିବେ। ଏହାଛଡା ଖାଦ୍ୟ ଯାଞ୍ଚ ଦଳରେ ଖାଦ୍ୟ ନିରୀକ୍ଷକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ରହିବେ। ଏହାଛଡା ତିନିଟି ଏଏଲଏସ୍ ଆମ୍ବୁଲାନ୍ସ କାର୍ଯ୍ୟ କରିବ।

Comments are closed.