www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ଟ୍ରକ ମୁହାଁମୁହିଁ, ଜଣେ ମୃତ

ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପିପିଳିଆ ଛକ ନିକଟରେ ଆଜି ପୂର୍ବାହ୍ନରେ ଦୁଇଟି ଟ୍ରକ ମୁହାଁମୁହିଁ ହେବାରୁ ଜଣେ ଚାଳକଙ୍କ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ହୋଇଛନ୍ତି।

ଦୁର୍ଘଟଣାରେ ଟ୍ରକ ଭିତରେ ଚାପି ହୋଇଥିବା ଦୁଇ ଟ୍ରକ ଚାଳକଙ୍କୁ ଆରକ୍ଷୀଙ୍କ ଉପସ୍ଥିତିରେ କ୍ରେନ ଓ ପୋକଲିନ ସହାୟତା ନିଆଯାଇ ବାହାର କରାଯିବା ପରେ ଉଭୟଙ୍କୁ ରୋଗୀଯାନରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଗୁରୁତର ଜଣେ ଟ୍ରକ ଚାଳକ ହରିଚନ୍ଦନପୁର ଥାନା ପିଠାଗୋଳା ଗ୍ରାମର ପବନା ନାହାକ(୪୦) ଙ୍କର କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କଠାରୁ ସୂଚନା ମିଳିଛି।

- Advertisement -

ପିପିଳିଆ ଘାଟିମଙ୍ଗଳାଠାରୁ ଛକ ଶେଷ ପର୍ୟ୍ୟନ୍ତ ଜାତୀୟ ରାଜପଥ ୪ ଥାକିଆ ବଦଳରେ ୨ ଥାକିଆ ଥିବାରୁ ଏଠାରେ ବାରମ୍ବାର ଦୂର୍ଘଟଣା ଘଟୁଛି । ଗତ ୪ ବର୍ଷ ମଧ୍ୟରେ ୫ ଜଣଙ୍କ ଦୂର୍ଘଟଣାରେ ମୃତ୍ୟୁ ହେବା ସତ୍ତ୍ୱେ ରାସ୍ତା କାମ ହେଉ ନ ଥିବାରୁ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories