ରଙ୍ଗ ବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡି ମୃଗବିହାର ପରିସର 

ଯାତ୍ରୀଙ୍କ ମନମହୁଛି ଚିତ୍ରକଳା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ଥିବା ମୃଗବିହାର ବା ମିନି ଚିଡିଆଖାନା ବର୍ତମାନ ଲକଡାଉନରେ ସମ୍ପୂର୍ଣ୍ଣ ନୀରବତା ମଧ୍ୟରେ ସୀମିତ ହୋଇ ପଡ଼ିଛି। ମୃଗବିହାର ପରିବେଶକୁ ଅଧିକ ସୌନ୍ଦର୍ୟ୍ୟକରଣ କରିବା ପାଇଁ ପରିସରରେ ଥିବା ପାଚେରୀ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ରମାନ ଅଙ୍କାଯାଇ ରଙ୍ଗବେରଙ୍ଗ କରାଯାଉଛି। ଏହି ଚିତ୍ରଗୁଡିକ ଦେଖିଲେ ଯେମିତି ଲାଗୁଛି ନୀରବତା ମଧ୍ୟରେ ଚିତ୍ର କଥା ହେଉଛି।

prayash

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଏକ ପର୍ୟ୍ୟଟନ ସ୍ଥଳୀ ସ୍ଥାନ ହୋଇଥିବା ବେଳେ ଏଠାରେ ସହିଦସ୍ମୃତି ସ୍ତମ୍ଭ, ଐତିହାସିକ ଶୈବ ପୀଠ ଏବଂ ମୃଗବିହାର (ମିନି ଚିଡିଆଖାନା ) ଆଦିର ସୌନ୍ଦର୍ୟ୍ୟ ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାର ପର୍ୟ୍ୟଟକ ଏଠାକୁ ଆସିଥାନ୍ତି। ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ୟ୍ୟଟନ ମନେ ମୃଗବିହାର ଥିବା ହରିଣ ଏବଂ ଚିଡିଆଖାନାରେ ଥିବା ପଶୁ, ପକ୍ଷୀ ଦେଖିବାସହ ପରିସର ମଧ୍ୟରେ ଥିବା ପାର୍କରେ ବୁଲି ଆନନ୍ଦ ଉଠାଇଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ମୃଗବିହାରରେ ପର୍ୟ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ଯୋଗୁଁ ମୃଗବିହାର ପରିବେଶ ଏବେ ଶାନ୍ତ ହୋଇଯାଇଛି। ଏହି ଲକଡାଉନ ସମୟରେ ମୃଗବିହାର ପରିସର ଭିତରେ ଏବଂ ବାହାରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ତରଫରୁ ମୃଗ ବିହାର ର ପାଚେରୀ ଗୁଡିକରେ ସୁନ୍ଦର ସୁନ୍ଦର ଜଙ୍ଗଲ ପଶୁମାନଙ୍କ ଚିତ୍ରମାନ ଅଙ୍କାଯାଉଛି । କଳାକାର ତାର ତୁଳିରେ ଜୀବନ୍ତ ଚିତ୍ର ମାନ ଅଙ୍କିଥିବା ଦେଖିବାକୁ ମିଳିଛି। ରାସ୍ତା ରେ ଯାଉଥିବା ଯାତ୍ରୀ ମନେ ଏହି ଚିତ୍ର ମାନଙ୍କୁ ଦେଖି କିଛିସମୟ ଅଟକି ଯାଇ ସୁନ୍ଦର ଚିତ୍ରଗୁଡିକ ଦେଖିଥାନ୍ତି ।

kalyan agarbati

Comments are closed.