www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ସପ୍ତାହେ ଘୁଞ୍ଚାଇଲେ ରାଜ୍ୟ ସରକାର

କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ସପ୍ତାହେ ଘୁଞ୍ଚାଇଲେ ରାଜ୍ୟ ସରକାର
ଭୁବନେଶ୍ବର: କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଛନ୍ତି ରାଜ୍ୟ ସରକାର। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍‌ସିଆଲ୍ ବିଡ୍ ଖୋଲା ଯାଇଥା’ନ୍ତା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ୟସ ପାଇଁ ବିଭିନ୍ନ ଭେଣ୍ଡରଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଶେଷ ହେବାକୁ ଥିବା ପ୍ରକ୍ରିୟା ଜୁନ ୪ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି ବୋଲି ସୂଚନା ଦିଆଯାଇଛି। ତେବେ ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ସୂଚନା ଦେଇଛନ୍ତି।


ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିଶ୍ବସ୍ତରୀୟ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁ ଫାର୍ମା କମ୍ପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ। ଏହି ଟେଣ୍ଡରର ଅବଧି ୬ ମାସ ରହିଛି। ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ପରେ ଏହି ସର୍ତ୍ତ ସହ ଆଉ କିଛି ସର୍ତକୁ କୋହଳ କରିଥିଲେ ରାଜ୍ୟ ସରକାର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories