ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ପକ୍ଷରୁ ଗତକାଲି ସନ୍ଧ୍ୟାରେ ବଜାର ଅଞ୍ଚଳରେ ତୁଣ୍ଡି ଚଢାଉ ଅଭିଯାନ କରାଯାଇଥିଲା। ତୁଣ୍ଡି ନ ପିନ୍ଧି ବଜାର ଅଞ୍ଚଳକୁ ଆସିଥିବା ୪ ଜଣ ଅମାନିଆଙ୍କଠାରୁ ଜଣକ ପ୍ରତି ୫୦୦ ଟଙ୍କା ଲେଖାଏଁ ମୋଟ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଥାନା ଅଧିକାରୀ ବୈଦ୍ୟନାଥ ସାହୁ, ଆରକ୍ଷୀ ଉପ ନିରୀକ୍ଷକ ସୁଶାନ୍ତ ମଣି ମହାନ୍ତି, ସହକାରୀ ଆରକ୍ଷୀ ଉପ ନିରୀକ୍ଷକ ବିଜୟ କୁମାର ଖଟୁଆ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଥିଲେ।
Popular Categories



