www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ; ୩୪୯୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟିହୋଇଛି। ସେହିଭଳି କରୋନାରେ ୩୪୯୮ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୬୬,୧୫୯, କର୍ଣ୍ଣାଟକ ୩୯,୦୪୭, କେରଳ ୩୮,୬୦୭, ଉତ୍ତରପ୍ରଦେଶ ୩୫,୧୫୬, ଏବଂ ଦିଲ୍ଲୀରୁ ୨୪,୨୩୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ପ୍ରାୟ ଏକ ସପ୍ତାହ ଧରି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬କୁ ବୃଦ୍ଧିପାଇଛି। ସେହିଭଳି କରୋନା ଜନିତ ମୃତ୍ୟୁସଂଖ୍ୟା ୨,୦୮,୩୩୦ରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୫୩,୮୪,୪୧୮ ଜଣ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୦,୨୨୮ ରହିଛି।

ଦେଶର ଛଅଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଯଥା ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୩୯,୫୫୩, କେରଳ ୧,୫୩୩,୯୮୪, କର୍ଣ୍ଣାଟକ ୧,୪୩୯,୮୨୨, ଉତ୍ତରପ୍ରଦେଶ ୧,୨୧୭,୯୫୫, ତାମିଲନାଡୁ ୧,୦୮୧,୯୮୮ ଏବଂ ଦିଲ୍ଲୀରେ ୧,୦୪୭,୯୧୬ରେ ପହଞ୍ଚିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories