www.samajalive.in
Monday, December 15, 2025
15.1 C
Bhubaneswar

ପଞ୍ଜାବ କିଙ୍ଗ୍‌ସକୁ ହରାଇଲା ଚେନ୍ନଇ ସୁପର କିଙ୍ଗ୍‌ସ

ମୁମ୍ବଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଦଳକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ଦଳ ଶୋଚନୀୟ ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ମାତ୍ର ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଚେନ୍ନଇ ସୁପର କିଙ୍ଗ୍‌ସ ଦଳର ବୋଲର ଦୀପକ ଚହର୍‌ ଚମତ୍କାର ବୋଲିଂ କରି ୪ ୱିକେଟ୍‌ ହାସଲ କରିଥିଲେ।
ଟସ୍‌ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଞ୍ଜାବ କିଙ୍ଗ୍‌ସକୁ ଆମନ୍ତ୍ରଣ କରିଥିଲା। ପଞ୍ଜାବ କିଙ୍ଗ୍‌ସ ଦଳ ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ତରଫରୁ ଅଧିନାୟକ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ଦଳର ସ୍କୋର ମାତ୍ର ୧ ରନ୍‌ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା। ମୟଙ୍କ ଅଗ୍ରୱାଲ୍‌ କୌଣସି ରନ୍‌ କରିବା ପୂର୍ବରୁ ଦୀପକ ଚହର୍‌ଙ୍କ ଶିକାର ହୋଇଥିଲେ। ଦଳର ଦ୍ବିତୀୟ ୱିକେଟ୍‌ ପତନ ଘଟିଥିଲା ୧୫ ରନ୍‌ରେ। ଅଧିନାୟକ ରାହୁଲ ୧ଟି ଚୌକା ସହାୟତାରେ ୫ ରନ୍‌ କରି ରନ୍‌ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଦଳର ଇନିଂସକୁ ସମ୍ଭାଳି ନେବେ ବୋଲି ଆଶା କରାଯାଉଥିବା ବେଳେ ସେ ମଧ୍ୟ ବିଫଳ ହୋଇଥିଲେ। ଦଳର ସ୍କୋର ୧୯ ହୋଇଥିବା ବେଳେ ଗେଲ୍‌ ଦୁଇଟି ଚୌକା ସହାୟତାରେ ୧୦ ରନ୍‌ କରି ଦୀପକ ଚହର୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି ନିକୋଲାସ୍‌ ପୁରନ୍‌ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ୧୯ ରନ୍‌ରେ ଦଳର ୪ଟି ୱିକେଟ୍‌ ପତନ ଘଟିଥିଲା ବେଳେ ଦଳର ୫ମ ୱିକେଟ୍‌ ପଡ଼ିଥିଲା ୨୬ ରନ୍‌ର ସ୍କୋରରେ। ଦୀପକ ହୁଡ୍ଡା ଗୋଟିଏ ଚୌକା ସହାୟତାରେ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ଦୁଇ ବ୍ୟାଟସମ୍ୟାନ୍‌ ଶାହାରୁଖ୍‌ ଖାନ୍ ଓ ଝାଏ ରିଚାର୍ଡସନ୍‌ କିଛିଟା ସଂଘର୍ଷ କରିଥିଲେ। ଉଭୟ ବ୍ୟାଟସମ୍ୟାନ୍‌ ଦଳର ସ୍କୋରକୁ ୫୭ ରନ୍‌ରେ ପହଞ୍ଚାଇଥିବା ବେଳେ ରିଚାର୍ଡସନ୍‌ ବ୍ୟକ୍ତିଗତ ଭାବେ ୨ଟି ଚୌକା ସହାୟତାରେ ୧୫ ରନ୍‌ କରି ମୋଇନ୍‌ ଅଲ୍ଲିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବ୍ୟାଟସମ୍ୟାନ୍‌ ମୁରୁଗାନ୍‌ ଅଶ୍ବିନ୍‌ ୬ ରନ୍‌ କରି ବ୍ରାଭୋଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୧୦୧ ରନ୍‌ ହୋଇଥିବା ବେଳେ ଶାହାରୁଖ୍‌ ଖାନ୍‌ ବ୍ୟକ୍ତିଗତ ଭାବେ ୩୬ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୭ ରନ୍‌ କରି ଆଉଟ୍‌ ହୋଇଥିଲେ। ମହମ୍ମଦ ସାମି ୯ ରିଲେ ମେରେଡିଚ୍ ୦ ରନ୍‌ରେ ଅପରାଜିତ ରହିଥିଲେ। ସିଏସ୍‌କେ ବୋଲର ଦୀପକ ଚହର୍‌ ୪ଟି ୱିକେଟ୍ ହାସଲ କରିଥିବା ବେଳେ ସାମ୍‌ କରନ୍‌, ମୋଇନ୍‌ ଅଲ୍ଲି ଓ ଡୁଏନ୍‌ ବ୍ରାଭୋଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।
ଜବାବରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ୧୫.୪ ଓଭରରେ ୪ ୱିକେଟ୍‌ ହରାଇ ୧୦୭ ରନ୍‌ କରି ବିଜୟୀ ହୋଇଥିଲା। ଦଳ ତରଫରୁ ମୋଇନ୍‌ ଅଲ୍ଲି ୩୧ଟି ବଲ୍‌ରୁ ୭ଟି ଚୌକା ଓ ୧ଟି ଛକା ସହାୟତାରେ ସର୍ବାଧିକ ୪୬, ଋତୁରାଜ ଗାଏକ୍ବାର୍ଡ ୫, ସୁରେଶ ରୈନା ୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଫାଫ୍‌ ଡୁପ୍ଲେସି ୩ଟି ଚୌକା ଓ ୧ଟି ଛକା ସହାୟତାରେ ୩୬ ଓ ସାମ କରନ୍‌ ୧ଟି ଚୌକା ସହାୟତାରେ ୫ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories