ନୂଆଦିଲ୍ଲୀ: ଅଭିନେତା ଅନୁପ ସୋନୀ, ରାହୁଲ ଦେବ, ପାଓଲୀ ଦାମ ଓ ଦୀପାନିତା ଶର୍ମା ଅଭିନୀତ ଫିଲ୍ମ ‘ରାତ୍ ବାକି ହୈ’ ଏପ୍ରିଲ ୧୬ ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଜି୫ରେ ରିଲଜ୍ ହେବ। ହତ୍ୟା ରହସ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅନୁପ ସୋନୀ ଜଣେ ଚଳଚ୍ଚିତ୍ର ଲେଖକ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଏକ ହତ୍ୟାକାଣ୍ଡରେ ଫସି ଯାଉଛନ୍ତି। ଏହାପରେ ନିଜକୁ ବଞ୍ଚାଇବା ପାଇଁ ଜୋର୍ଦାର୍ ପ୍ରୟାସ କରୁଛନ୍ତି।
ସୂଚନାଯୋଗ୍ୟ, ଅନୁପ ସୋନୀ ଅନେକ ଫିଲ୍ମ ଏବଂ ଧାରାବାହିକରେ କାମ କରିଛନ୍ତି। ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ବଲିଉଡ଼ରେ ସକ୍ରିୟ ଅଛନ୍ତି। କେବଳ ଏତିକି ନୁହେଁ ସୋନୀ ଟିଭିରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ଶୋ’ କ୍ରାଇମ୍ ପେଟ୍ରୋଲକୁ ସେ ଦୀର୍ଘ ୮ ବର୍ଷ ଧରି ହୋଷ୍ଟ କରିଛନ୍ତି। ଖୁବଶୀଘ୍ର ସେ ଜନ୍ ଆବ୍ରାହମଙ୍କ ଆଗାମୀ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ-୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।



