www.samajalive.in
Monday, December 8, 2025
16.1 C
Bhubaneswar

କୋଟିଆ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଆନ୍ତରିକତା ନାହିଁ : ନିରଞ୍ଜନ

ଭୁବନେଶ୍ୱର : ଏହା ଏକ ଦୁର୍ଭାଗ୍ୟର କଥା ଓଡିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ ବର୍ତ୍ତମାନର ବିଜେଡି ସରକାର। ଓଡିଶା ମାଟିକୁ ପଡୋଶୀ ରାଜ୍ୟମାନେ ଆସ୍ତେ ଆସ୍ତେ ମାଡି ବସୁଛନ୍ତି। କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରୁଛନ୍ତି। ଏହାଠାରୁ ଆଉ ଦୁଃଖ ଦାୟକ ଘଟଣା କ’ଣ ହୋଇପାରେ ବୋଲି ଆଜିର ପ୍ରେସ୍ ବାର୍ତ୍ତାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  କହିଛନ୍ତି। ସେ କହିଛନ୍ତି ଯେଉଁ ମହାପୁରୁଷମାନେ ତ୍ୟାଗ ଓ ବଳିଦାନ ଦେଇ ଓଡିଶା ଗଠନ କରିଥିଲେ, ଆଜି ତାଙ୍କୁ ପରିହାସ କରାଯାଉଛି। ଆନ୍ଧ୍ର ସରକାର ଓଡିଶାର କୋଟିଆ ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ନିର୍ବାଚନ କରି ସାରିଲେଣି। ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯାଉଛନ୍ତି। ଏପରିକି ନିର୍ବାଚନ ଚାଲିଥିଲା ବେଳେ ଓଡିଶା ସରକାର ୧୪୪ ଧାରା ଜାରି କଲେ, ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ କି ଭ୍ରୁକ୍ଷେପ କଲେନାହିଁ। ବହୁ ପୂର୍ବରୁ ସୁପ୍ରିମ୍‌କୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ।

- Advertisement -

ଏହା ସଂସଦର ବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ। ସେମାନେ ଏ ବିଷୟରେ ନିଷ୍ପତ୍ତି ନେଇପାରିବେ। କିନ୍ତୁ କେନ୍ଦ୍ର ବିଜେପି ସରକାରଙ୍କର ଓଡିଶା ପ୍ରତି ତିଳେମାତ୍ର ଆନ୍ତରିକତା ବା ଦରଦ ନାହିଁ। ସେହିପରି ଓଡିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି। ଏହାଠୁ ଲଜ୍ଜାକର ଘଟଣା କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅତୀତରେ ଯେପରି ମହାନଦୀ ପାଣିକୁ ରାଜ୍ୟ ସରକାର ବଞ୍ଚାଇ ପାରିଲେ ନାହିଁ, ତାହା ହରାଇବାକୁ ପଡିଲା, ବର୍ତ୍ତମାନ ମଧ୍ୟ ସେହିପରି ଓଡିଶା ମାଟିକୁ ହରାଇବାକୁ ବସିଲେଣି। ବିଜେଡି ସରକାର ଥରେ ମାତ୍ର ସୀମା ବିବାଦ ପ୍ରସଙ୍ଗ ସଂସଦରେ ଉଠାଇଲେ ନାହିଁ । କିମ୍ବା କେନ୍ଦ୍ର ସରକାର ଯାହା ସହିତ ବିଜେଡି ସରକାରଙ୍କ ଆନ୍ତରିକତା ରହିଛି, ସବୁକ୍ଷେତ୍ରରେ ସମର୍ଥନ କରୁଛନ୍ତି ତାଙ୍କୁ ମଧ୍ୟ ଓଡିଶା ସ୍ୱାର୍ଥ ପାଇଁ ରାଜ୍ୟ ସରକାର କହିଲେ ନାହିଁ। ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇ ସଂସଦରେ ଏ ପ୍ରସଙ୍ଗ ଉଠାଇ ଓଡିଶାର ସ୍ୱାର୍ଥରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ନହେଲେ ଓଡିଶାବାସୀ ଏହି ଐତିହାସିକ ଭୁଲ୍‌କୁ ଗ୍ରହଣ କରିବେ ନାହିଁ ଓ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories