bjd gruha runa

କାର୍ତ୍ତିକ ପାଣ୍ଡିଆନଙ୍କ ଧବଳେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା

BJD Bijuli 480×75 Mob

ଗୋପାଳପୁର: ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ୪ ଦିନିଆ ଗଞ୍ଜାମ ଗସ୍ତରେ ଆସି ସୋମବାର ଗୋପାଳପୁର ଓ ବ୍ରହ୍ମପୁରରେ ରୋଡ ସୋ କରି ଗୋପାଳପୁରରେ ରାତ୍ରିଯାପନ କରିଥିଲେ। ଆଜି ସକଳ ସାଢେ଼ ୬ଟା ଗୋଳାବନ୍ଧ ସନ୍ନିକଟ ଧବଳେଶ୍ଵର ଠାରେ ଧବଳେଶ୍ଵର ମନ୍ଦିର ପରିଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।ଏହି ସମୟରେ ଗୋପାଳପୁର ବିଜେଡିର ଅନେକ ନେତା ଓ କର୍ମୀ ଉପସ୍ଥିତ ରହି ସାକ୍ଷାତ କରିବା ସହ ଗୋପାଳପୁରର ରାଜନୈତିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଗୋଳାବନ୍ଧ ପଞ୍ଚାୟତ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରଣ୍ଢା ସରପଞ୍ଚ ଅଜିତ ରାଉଳ, ବିଶ୍ବନାଥପୁର ସମିତି ସଭ୍ୟ ବିଷ୍ଣୁପ୍ରିୟା ନାୟକଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.