nua o banner

ଶ୍ରମିକଙ୍କ ସୁରକ୍ଷାରେ ବିଜୁ ଶ୍ରମିକ ସାମୂଖ୍ୟ

BJD Bijuli 480×75 Mob

କଣ୍ଟାବାଞ୍ଜି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ସ୍ଥାନୀୟ ଜିଆର ପ୍ୟାଲେସ ଠାରେ ଅନୁଷ୍ଠିତ ଶ୍ରମିକ ସାମୁଖ୍ୟ ସଭାରେ ଜିଲ୍ଲା ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମହାନଗର ନିଗମର ମେୟର ସୁବାଷ ସିଂ ପ୍ରକାଶ କରିଛନ୍ତି। ଦୈନିକ ମଜୁରୀ ୩୪୬ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ନବୀନ ପଟ୍ଟନାୟକ ଯାହାକି ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ଥା ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ। ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ସମ୍ପୂର୍ଣ ପରିବାର ପାଇଁ ୫ ଲକ୍ଷ ଟଙ୍କା ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ ସୁରକ୍ଷା ପ୍ରଦାନ କରିପାରିଛନ୍ତି।

ଆୟୋଜିତ ସମାବେଶରେ ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ସାମନ୍ତ ରାୟ, ଗିରିରାଜ ସିଂ ମାଝୀ, ଫିରୋଜ ଖାଁ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ହଂସରାଜ ଜୈନ, ନିରୁପମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.