bjd gruha runa

ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ରେଗୁଲାର ଓ ବ୍ୟାକ ପରୀକ୍ଷା ଫଳ ପ୍ରକାଶିତ

BJD Bijuli 480×75 Mob

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ତଥା ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର ଓ ବେକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳାରେ ୧୫୮୩୨ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୫୬୭୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫୦୫୧ ପାସ ହୋଇଥିବା ବେଳେ ପାସ ହାର ୯୬.୦୧ %, ସେହିପରି ବାଣିଜ୍ୟରେ ୧୬୬୦ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୬୪୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨୮୧ ପାସ ହୋଇଥିବା ବେଳେ ପାସ ହାର ୭୭.୮୭ %, ସେହିପରି ବିଜ୍ଞାନରେ ମୋଟ ୬୧୦୬ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୬୦୩୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪୮୪ ପାସ ହୋଇଥିବା ବେଳେ ପାସ ହାର ୯୦.୮୪% ହୋଇଛି। ଏହି ପରୀକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା। ଛାତ୍ରଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟଇ ୱେବସାଇଟ www.buodisha.edu.in ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନ୍ ଲୋଡ କରିପାରିବେ ବୋଲି କୁଳପତି ପ୍ରଫେସର ଦାସ କହିଛନ୍ତି। ଶ୍ରେଷ୍ଠ ଟପ୍ପର ଭାବେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର କମ୍ପୁଟର ସାଇନ୍ସ ଛାତ୍ରୀ ଆଦିତ୍ୟା ଚୌଧୁରୀ ୧୩୪୬ ସର୍ବାଧିକ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି।

Comments are closed.