nua o banner

ଡମ୍ପର ଚକା ତଳେ ଗଲା ଛାତ୍ରଙ୍କ ଜୀବନ

BJD Bijuli 480×75 Mob

ନୀଳଗିରି: ରିଲ୍ସ କରିବା ପାଇଁ ସ୍କୁଟିରେ ଯାଉଥିବା ତିନି ସାଙ୍ଗଙ୍କ ମଧ୍ୟରୁ ଜଣେ ଡମ୍ପର ଚକା ତଳେ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ। ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ଅଁଳାପାଳ ଗାଁର ମୁନ୍ନା ସାହୁଙ୍କ ପୁଅ କରନ(୧୫) ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ ୨ଦିନ ପୂର୍ବରୁ ଆଣିଥିବା ଏକ ନୂଆ ଇଲେକ୍ଟ୍ରିସ୍କୁଟିରେ ବରିସାହି ଅଞ୍ଚଳର ଦେବାଶିଷ ଦାସଙ୍କ ପୁଅ ନିଶାନ୍ତ ଏବଂ ଚିମିନିଭାଟି ଅଞ୍ଚଳର ଅନ୍ୟ ଜଣେ ସାଙ୍ଗଙ୍କୁ ବସାଇ ନୀଳଗିରିର ଗୋପୀନାଥପୁର ଷ୍ଟେସନ ଅଭିମୁଖେ ଯାଉଥିଲେ।

ଆଜି ସକାଳେ ସାମାନ୍ୟ ବର୍ଷା ହୋଇଥିବା ଯୋଗୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ଗଦା ହୋଇଥିବା ମାଟିରେ ସ୍କୁଟି ଚକା ପଡ଼ି ଯିବାରୁ ତାହା ଖସଡ଼ି ଯାଇ ଚଳନ୍ତା ଡମ୍ପରର ପଛଚକା ତଳେ ପଡ଼ି କରନଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ସ୍ଥଳରେ ନିଶାନ୍ତ ଗୁରୁତର ହୋଇ ବାଲେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ରାସ୍ତାରେ ଟାୟାର ଜାଳି ମୃତଦେହ ରଖି ରାସ୍ତାରୋକ କରିଥିଲେ । ସନ୍ଧ୍ୟାରେ ନୀଳଗିରି ତହସିଲଦାର ଦୀପ୍ତିମୟୀ ବେହେରା, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ପ୍ରମୁଖ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ଥମିଥିଲା ।

ସୂଚନା ଯେ, ଏହି ତିନିସାଙ୍ଗ ଭିଡ଼ିଓ କଲରେ କଥା ହୋଇ ସ୍କୁଟିରେ ଯାଉଥିବା ବେଳେ ଆଉ କିଛି କ୍ଷଣ ପରେ ରିଲ୍ସ କରିବାକୁ ଷ୍ଟେସନ ପହଞ୍ଚିଥାନ୍ତେ ।

Comments are closed.