bjd gruha runa

୧୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୨ ଗିରଫ

ବହୁଚର୍ଚ୍ଚିତ ମଣ୍ଟୁପାତ୍ର ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇ ବ୍ରାଉନସୁଗାର କାରବାର କରୁଥିଲେ

BJD Bijuli 480×75 Mob

ଢେଙ୍କାନାଳ ସଦର : ଢେଙ୍କାନାଳ ଅବକାରୀ ବିଭାଗକୁ ସଫଳତା ମିଳିଛି । ବିଭାଗ ପକ୍ଷରୁ ଢେଙ୍କାନାଳ ସହରର ଦୁଇଟି ସ୍ଥାନରୁ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି । ମହିଳାଙ୍କ ନିକଟରୁ ୪୩ ଗ୍ରାମ ଅନ୍ୟ ଜଣଙ୍କ ଠାରୁ ୨୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଚି । ଉଭୟଙ୍କ ନିକଟରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବବୋଲି ଅବକାରୀ ବିଭାଗ ଆକଳନ କରିଛି । ଅଭିଯୁକ୍ତ ମହିଳା ଜଣକ ପୂର୍ବରୁ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଜେଲରୁ ଖଲାସ ହେବାପରେ ବ୍ରାଉନସୁଗାର କାରବାର କରୁଥିଲେ ।  ୨୦୧୮ ଅକ୍ଟୋବର ୩ ରେ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀ ମଣ୍ଟୁ ପାତ୍ରଙ୍କୁ ନିଜ ଶୋଇବା ଘରେ ହାଣି ମାରି ଦେଇଥିଲେ । ଏହି ମାମଲାରେ ଅରୁଣା ଗିରଫ ହୋଇ ଜେଲରେ ଥିଲେ । ତେବେ ସାକ୍ଷ ପ୍ରମାଣ ଅଭାବରୁ ସେ ୨୦୨୨ ସେପ୍ଟେମ୍ବର ଖଲାସ ହୋଇ ବ୍ରାଉନ ସୁଗାର କାରବାର ଚଳାଇଥିଲେ ।

ଅବକାରୀ ବିଭାଗର ଗୁଇଁଦା ସୂତ୍ର ଆଧାରରେ ସହରର ଲକ୍ଷ୍ମୀବଜାର ଅଂଚଳରେ ବ୍ରାଉନସୁଗାର କାରବାର ଚଳାଇଥିବା ୪୮ବର୍ଷୀୟା ମହିଳା ଅରୁଣା ପାତ୍ରଙ୍କୁ ଅବକାରୀ ବିଭାଗ ସୌଦାମିନୀ ହାଇସ୍କୁଲ ନିକଟରୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୪୩ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ସେହିପରି ଅବକାରୀ ବିଭାଗର ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ଆନନ୍ଦବଜାର ଅଂଚଳର ଗଣେଶ ଭଟ୍ଟ(୪୦) ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡିଥିଲେ । ଅବକାରୀ ବିଭାଗ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଅଭିଯୁକ୍ତ ମହିଳା ସହରର ବହୁଚର୍ଚ୍ଚିତ ମଂଟୁପାତ୍ର ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ । ଏନେଇ ଦୁଇଟି ପୃଥକ ମାମଲା ରୁଜୁ ହେବାସହ ଦୁଇ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରି ପଚରାଉଚରା ଜାରି ରଖିଛି । ଅବକାରୀ ବିଭାଗର ଦୁଇଟି ଟିମ ଚଢାଉ କରି ଅଭିଯୁକ୍ତଙ୍କ ଧରିଛି । ଚଢ଼ାଉରେ ମୋବାଇଲ ସ୍କାର୍ଡ ଇନିସପେକ୍ଟର ସତିକା ବେସନ , ସଦର ଇନିସ୍ପେକ୍ଟର ନରେନ୍ଦ୍ର କୁମାର ପ୍ରଧାନ, ସବ୍ଇନିସ୍ପେକ୍ଟର ପୁରୁଷୋତମ ମିଶ୍ର, ଏଏସ୍ଆଇ ଛାୟାକାନ୍ତ ନାୟକ, କନେଷ୍ଟବଳ ସତ୍ୟବ୍ରତ ମହାଳିକ ଓ ସତ୍ୟବ୍ରତ ନାୟକ ପ୍ରମୁଖ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗରିଫ କରିଛନ୍ତି । ଏମାନେ କେଉଁଠାରୁ ବ୍ରାଉନସୁଗାର ଆଣୁଛନ୍ତି ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ, ଅବକାରୀ ବିଭାଗ ସେମାନଙ୍କୁ ପଚରାଉଚରା ଚଳାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କାମାକ୍ଷାନଗର ଅଂଚଳରୁ ପ୍ରାୟ ୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ଢେଙ୍କାନାଳରେ ବ୍ରାଉନସୁଗାର କାରବାର ବହୁଳ ଭାବରେ କାରବାର ହେଉଥିବା ଜଣାପଡିଛି ।

Comments are closed.