bjd gruha runa

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ

BJD Bijuli 480×75 Mob

ସମ୍ବଲପୁର: ମୋଦୀ ଗ୍ୟାରେଣ୍ଟି ଏବଂ ବିଜେପିର ଓଡ଼ିଶା ସଂକଳ୍ପକୁ ନେଇ ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ଯୋଗ ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ହେଲେ ସମ୍ବଲପୁରୀ ବସ୍ତ୍ରର ଗୁଣବତ୍ତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା ସହିତ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏଥି ସହ କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି – ୨୦୨୪ ଏବଂ ଓଡିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ନମୋଚିତ ହୋଇଥିବା ଓଡ଼ିଶା ସଂକଳ୍ପ ପତ୍ର ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜେପିର ସଂକଳ୍ପ ପତ୍ରରେ ସବୁ ବର୍ଗରେ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ ସହିତ ସମ୍ବଲପୁରର ବୁଣାକାର ମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଭଳି ଅନେକ ସଂକଳ୍ପ ନିଆଯାଇଛି। ଓଡ଼ିଶାରେ ବିଜେପିର ସରକାର ହେଲେ ସମସ୍ତ ଘୋଷଣାକୁ ପାଳନ କରାଯିବା ସହିତ ଦୁର୍ନୀତିକୁ ରୋକିବାକୁ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯିବ।

Comments are closed.