nua o banner

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଛତ୍ରପୁରର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର

BJD Bijuli 480×75 Mob

ଛତ୍ରପୁର: ୨୦୨୪ ନିର୍ବାଚନରେ ପ୍ରଶାନ୍ତ କରକୁ ଦଳ ଅଣଦେଖା କରିବା ସହ ଟିକେଟ ଦେଇନଥିଲା, ଏପରିକି କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ମିଳିବା ଦିନ ଠାରୁ ସେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ଦୁରେଇ ରଖି ଆସୁଥିଲେ। ଶେଷରେ ଆଜି ବିଜେପି ଛାଡିଲେ ରାଜ୍ୟକାର୍ଯ୍ୟକାରିଣୀ ସଦଶ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ପ୍ରଶାନ୍ତ କର । ସେ ଆଜି ବିଜେପି ଛାଡି ଭୁବନେଶ୍ୱର ଶଙ୍ଖ ଭବନରେ ନିଜେ ମିଶିବା ସହ ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଯାହାଫଳରେ ଆସନ୍ତା ନିର୍ବାଚନରେ ଛତ୍ରପୁରରେ ବିଜେପି ପାଇଁ ମହଙ୍ଗା ପଡିବବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

୨୦୧୯ ନିର୍ବାଚନରେ କର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ସହ ହାରିଥିଲେ। ତାଙ୍କୁ ୫୩ ହଜାର ୫୪୩ ଖଣ୍ଡ ଭୋଟ ମିଳିବା ସହ ୨ୟ ସ୍ଥାନରେ ରହିଥିଲେ। ୨୦୧୪ରେ ବିଜେପିକୁ ମିଳିଥିବା ଭୋଟ ଅପେକ୍ଷା ୨୦୧୯ରେ ତାଙ୍କୁ ଦୁଇ ଗୁଣ ଅଧିକ ଭୋଟ ମିଳିଥିଲା। ୨୦୧୯ରେ ସେ ହାରିବା ପରେ ବିଜେପି କିପରି ପୁଣି ମଜବୁତ ହେବେ ସେନେଇ ସେ ୫ବର୍ଷ ହେଲା ଦଳ ପାଇଁ ପରିଶ୍ରମ କରିଆସିଥିଲେ ବି ୨୦୨୪ରେ ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ବାଧ୍ୟ ହୋଇ ନିଜ ବହୁ ସମର୍ଥକ ସହ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି।

Comments are closed.