bjd gruha runa

ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକଙ୍କ ଗସ୍ତ

BJD Bijuli 480×75 Mob

କଳାପଥର: ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ସାଧାରଣ ପର୍ଯ୍ୟବେକ୍ଷକ ଉମା ଶଙ୍କର ସିଂ ଓ ପୋଲିସ ପର୍ଯ୍ୟବେକ୍ଷକ ଆର. ଶିବକୁମାର ଗସ୍ତ କରି ଆସନ୍ତା ସାଧାରଣ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ଉମା ଶଙ୍କର ସିଂ ଓ ଆର. ଶିବକୁମାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ବିଭାଗୀୟ ଅଧିକାରୀ ମାନଙ୍କ ସହ ସାଧାରଣ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ। ତତ ପଶ୍ଚାତ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା ଷ୍ଟ୍ରଙ୍ଗରୁମ ଏବଂ ନିର୍ବାଚନ ପରିଚାଳନା କେନ୍ଦ୍ରକୁ ଉଭୟ ଶ୍ରୀ ସିଂ ଏବଂ ଶ୍ରୀ ଶିବାକୁମାର ପରିଦର୍ଶନ କରି ତଦାରଖ କରିଥିଲେ। ଷ୍ଟ୍ରଙ୍ଗରୁମରେ ଇଭିଏମ ଓ ଭିଭିପ୍ୟାଟ ରଖା ଯିବାର ବ୍ୟବସ୍ଥା, ବିଦ୍ୟୁତ ଓ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନରେ ନିୟୋଜିତ ଅଧିକାରୀ ଙ୍କ ସୁରକ୍ଷା, ପାନୀୟ ଜଳ, ଯାତାୟାତ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଆଦି ସମ୍ବନ୍ଧରେ ସମୀକ୍ଷା କରିବା ସହ ନିବାର୍ଚନକୁ ଶାନ୍ତି ଓ ଶୃଙ୍ଖଳା ସହ ପରିଚାଳନା କରିବା ସମ୍ବନ୍ଧରେ ଉପଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ।

Comments are closed.