nua o banner

ରାଜ୍ୟରେ ୪୨ଲକ୍ଷ ୪୮ହଜାର ଶ୍ରମିକ ପଞ୍ଜୀକୃତ, ବିଭିନ୍ନ ଯୋଜନାରେ ୩ହଜାର ୫୨୪କୋଟି ଟଙ୍କାର ସହାୟତା ପ୍ରଦାନ

ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଜିଲାସ୍ତରୀୟ ସମ୍ମିଳନୀ

BJD Bijuli 480×75 Mob
କଣ୍ଟାବାଞ୍ଜି: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ୧୦୦ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ  ଯୋଗ ଦେଇଥିବା ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମହାନଗର ନିଗମର ମେୟର ସୁବାଷ ସିଂ ପ୍ରକାଶ କରିଛନ୍ତି।
ଏହି ଅବସରରେ  କଟକ ମହାନଗର ନିଗମ ମେୟର ସୁବାଷ ସିଂହ କହିଛନ୍ତି ଯେ ଦୈନିକ ମଜୁରୀ ୩୪୬ଟଙ୍କାରୁ ୪୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରୀ, ଅର୍ଦ୍ଧସରକାରୀ  ଓ ଶିଳ୍ପ ସଂସ୍ଥା ଏବଂ ସବୁ ସ୍ତରରେ କାର୍ଯ୍ୟରତ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧି ଦ୍ବାରା ଉପକୃତ ହେବେ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ୧୦ଲକ୍ଷ ଏବଂ ସମ୍ପୂର୍ଣ ପରିବାର ପାଇଁ ୫ଲକ୍ଷ ଟଙ୍କା, ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ ସୁରକ୍ଷା ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ହଜାର ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଯୋଜନାରେ ୩ହଜାର ୫୨୪କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି।
ଅଣ ସଂଗଠିତ ଶିଶୁ କଲ୍ୟାଣ ବୋର୍ଡ ଗଠନ କରାଯାଇ ସବୁ ସ୍ତରରେ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି।  ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଚାଲକ ଓ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ କରାଯାଇ ପାରୁଛି। କେନ୍ଦୁ ପତ୍ର ତୋଳାଳୀ ଓ ବୁଣାକାର ମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରାଯାଇଛି।
କଣ୍ଟାବାଞ୍ଜି ତଥା ବଲାଙ୍ଗିର ଜିଲାରେ କାର୍ଯ୍ୟରତ ଶ୍ରମିକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଯାହା ଫଳରେ ସେମାନେ ବାହାର ରାଜ୍ୟରେ କାମ କଲେ ଉପଯୁକ୍ତ ମଜୁରୀ ପାଇ ପାରିବେ। ବାହାର ରାଜ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସୁରକ୍ଷା, ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରାଜ୍ୟରେ ସହାୟତା କେନ୍ଦ୍ର ଖୋଲା ଯାଇଛି। ବିଶେଷକରି ଦୁବାଇ, ସିଙ୍ଗାପୁର ଯିବା ଆସିବା କରୁଥିବା ଶ୍ରମିକ ମାନଙ୍କ ପାଇଁ ସହଜ ହେବ। ସେହିପରି କଣ୍ଟାବାଞ୍ଜି ରେ କାର୍ଯ୍ୟରତ, ହୋଟେଲ ବ୍ୟବସାୟରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ ଦୋକାନ ବଜାର ଓ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ, ଦୈନିକ ମଜୁରୀର ବଡ ସହାୟତା ପାଇପାରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଥିଲେ।
ଶ୍ରମିକ ସାମୁଖ୍ୟ ସଭାର ଜିଲା ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶରେ ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ସାମନ୍ତ ରାୟ, ଗିରିରାଜ ସିଂ ମାଝୀ, ଫିରୋଜ ଖାଁ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ହଂସରାଜ ଜୈନ, ନିରୁପମା ମାଝୀ, ସୁନୀଲ ଗୋଏଲ, ମିଥିଲା ମାଝୀ ରାଜୀବ ମହାନ୍ତି, ମୌସମ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ରାଜ୍ୟ ସମ୍ପାଦକ ଆକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.